ଅତାବିରା ରେ ପାଳିତ ହେଲା ଦେବର୍ଷି ନାରଦ ମୁନି ଙ୍କ ଜୟନ୍ତୀ

ବରଗଡ଼:-୦୩.୦୫.୨୦୨୬(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଦେବର୍ଷି ନାରଦ ଙ୍କ ଜନ୍ମ ଜୟନ୍ତୀ ଅତାବିରା ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ ସ୍ଥିତ ମାରୱାଡ଼ି ଧର୍ମଶାଲା ଠାରେ ସାମ୍ବାଦିକ ମନୀଷ ଶର୍ମାଙ୍କ ସଭା ପତିତ୍ବରେ ଅତି ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ରୀତିନୀତି ସହକାରେ ପାଳିତ ହୋଇଯାଇଛି।ପ୍ରଥମେ ଦେବର୍ଷି ନାରଦଙ୍କ ତୈଳ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯାଇ ଥିଲା।ଉପସ୍ଥିତ ସମସ୍ତେ ନାରଦ ଙ୍କ ସାମ୍ବାଦିକତା ର କଳା ଚlତୁ ର୍ଯ୍ୟତା,ସମ୍ବାଦ ଗ୍ରହଣ ଓ ପ୍ରଦାନ ରେ ତତ୍ପରତା ଏବଂ ସର୍ବୋପରି ବିଶ୍ବର କଲ୍ୟାଣ ନିମନ୍ତେ ତାଙ୍କ ର ଖବର ଦେବତା ଙ୍କ ଠାରୁ ଆରମ୍ଭ କରି ଦାନବ ଯାଏ ତିନି ଲୋକରେ ସେ ପହଞ୍ଚାଉଥିଲେ, ତେଣୁ ସାମ୍ବାଦିକତା ଜଗତର ତଥା କଲ୍ୟାଣ ଉଦ୍ଦେଶ୍ୟରେ ହେବା ବାଞ୍ଛନୀୟ ବୋଲି ସମ ସ୍ତେ ହୃଦବୋଧ କରିଥିଲେ।ଏହା ବ୍ୟତୀତ ସମ୍ବାଦ ଗ୍ରହଣ ଓ ସମ୍ବାଦ ପ୍ରକାଶନ ରେ ନିର ପେକ୍ଷତା,ନିଃସ୍ୱାର୍ଥପରତା ଓ ସଠିକତା ରହିବା ଦରକାର ବୋଲି ସମସ୍ତେ ନାରଦଙ୍କ ଜୀବନ ଦର୍ଶନ ରୁ ବୁଝିଥିଲେ ଓ ତଦନୁଯାୟୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ସଂକଳ୍ପ ବଦ୍ଧ ହୋଇଥିଲେ।ବରିଷ୍ଟ ସାମ୍ବାଦିକ ନବୀନ କୁମାର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାମ୍ବାଦିକ ଆକାଶ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ସାମ୍ବାଦିକ ରାଜେଶ ପଣ୍ଡା,ପବିତ୍ର ମେହେର,ମୋହନ ସାହୁ,ଜନକ ରାମ ଦାଶ ପ୍ରମୁଖ ଙ୍କ ଉପସ୍ଥିତ ରହି ସକ୍ରିୟ ସହ ଯୋଗ ରହିଥିବା ବେଳେ ସାମ୍ବାଦିକ ଖିରୋଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।




