ନୁଆଦିଲ୍ଲୀ: ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ ଭାରତ ଚଳିତ ଟି-୨୦ ବିଶ୍ୱକପ୍ର ଗ୍ରୁପ୍-ଏ’ ମ୍ୟାଚ୍ରେ ନାମ୍ବିୟାକୁ ୯୨ ରନ୍ର ଚମତ୍କାର ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଜିମ୍ବାୱେ ଆଗରେ ଭାରତ ୨୧୦ ରନ୍ର ଲକ୍ଷ୍ୟ ରଖିଥିଲା। ଜବାବରେ ନାମ୍ବିୟା ଟିମ୍ ୧୬.୨ ଓଭର୍ରେ ୧୧୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ବରୁଣ ୨ ଓଭର୍ରେ ୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨-୨ ସଫଳତା ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...





