ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ କରିଛି । ଅର୍ଥ ହେରଫେର୍ ଏବଂ ଜମି ଜାଲିଆତି ନେଇ ସକାଳୁ ସକାଳୁ ବଡ଼ ଧରଣର ଚଢ଼ଉ କରାଯାଇଛି । ହାଇଟେକ୍ ମେଡ଼ିକାଲ କଲେଜ ଓ ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ସହିଦନଗରସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଇଡି । ଭୁବନେଶ୍ୱରରେ ମୁମ୍ବାଇ ଲିଙ୍କ ନେଇ ଚାଲିଛି ଖୋଳତାଡ । ବ୍ରହ୍ମପୁରରେ ସାହାରା ଇଣ୍ଡିଆ ଜମି ଜଲିଆତି କରି କିଣିଥିବା ନେଇ ଅଭିଯୋଗ ପରେ ଇଡି ପକ୍ଷରୁ ରେଡ କରାଯାଉଛି । ପୂର୍ବରୁ ସାହାରା ଇଣ୍ଡିଆ ବିରୁଦ୍ଧରେ ସେବି ଇଡିରେ ଅଭିଯୋଗ ହୋଇଥିଲା । ବ୍ୟାପକ ଆର୍ଥିକ ହେରଫେର...






