ବାଡ଼ ଦେବାକୁ ନେଇ ମହିଳାଙ୍କୁ ହତ୍ୟା ବାଡ଼ ଦେବାକୁ ନେଇ ମହିଳାଙ୍କୁ ହତ୍ୟା। ସୂଚନା ଅନୁଯାୟୀ ହିନ୍ଦୋଳ ଥାନା କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୋବଣୀନନ୍ଦ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଛି। ପୂର୍ବରୁ ଯେଉଁ ଜମି ବିବାଦ ଥିଲା ସେହି ଜମିରେ ଗ୍ରାମର କୁନୁ ପରିଡା ବାଡ଼ ଦେଉଥିଲେ। ସେହି ସମୟରେ ବୁଲା ସାହୁଙ୍କ ସ୍ତ୍ରୀ ଉତ୍ତମ ସାହୁ ସେହି ସ୍ଥାନରେ ମହୁଲ ଗୋଟାଉଥିବାବେଳେ କୁନୁ ବାଡ଼ ଦେବାର ଦେଖି ସେ ବିରୋଧ କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ଭୀଷଣ ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ କୁନୁ ପରିଡା ରାଗିଯାଇ ଏକ ବାଉଁଶ ଠେଙ୍ଗାରେ ଉତ୍ତମଙ୍କ...






