ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏଣିକି ମିଳିବ କ୍ୟାନସର ଚିକିତ୍ସା ସୁବିଧା
ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ଆସିଲା ବଡ଼ ଆଶ୍ୱାସନ। ଏଣିକି ଆୟୁଷ୍ମାନ ଭାରତ କାର୍ଡ ମାଧ୍ୟମରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟ ବଜେଟରେ ‘ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା’କୁ ସାମିଲ କରାଯାଇଛି। ଏହା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୧୨୧ଟି ନୂଆ ପ୍ୟାକେଜ୍ ସାମିଲ ହୋଇଛି। ଏହି ପ୍ୟାକେଜ୍ଗୁଡ଼ିକ ମଧ୍ୟରେ କ୍ୟାନସର ଚିକିତ୍ସା ସମ୍ପର୍କିତ ସୁବିଧା ମଧ୍ୟ ରହିଛି।
କ୍ୟାନସର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବହନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ ଫଳରେ ଆର୍ଥିକ ଭାବେ ଦୁର୍ବଳ ରୋଗୀମାନେ ଉନ୍ନତ କ୍ୟାନସର ଚିକିତ୍ସା ପାଇବାରେ ସହାୟତା ପାଇବେ ବୋଲି ଆଶା କରାଯାଉଛି।



