ବ୍ରିଟିଶ ଶାସନରୁ ସ୍ୱାଧୀନ ଭାରତ: କିଏ କେତେ ବର୍ଷ ରହିଲେ ପ୍ରଧାନମନ୍ତ୍ରୀ?
ନୂଆଦିଲ୍ଲୀ: ୨୦୦ ବର୍ଷରୁ ଅଧିକ ସମୟ ବ୍ରିଟିଶ ଶାସନର ଶୃଙ୍ଖଳରେ ବାନ୍ଧି ହୋଇ ରହିବା ପରେ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତାର ସୂର୍ଯ୍ୟୋଦୟ ଦେଖିଥିଲା ଭାରତ। ଏହା ପରେ ଦେଶର ଶାସନଭାର ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ପଦର ଆରମ୍ଭ ହୋଇଥିଲା। ଗତ ପ୍ରାୟ ଆଠ ଦଶନ୍ଧି ମଧ୍ୟରେ ଭାରତ ଅନେକ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଦେଖିଛି।
ଭାରତର ପ୍ରଧାନମନ୍ତ୍ରୀ ଓ ସେମାନଙ୍କ କାର୍ଯ୍ୟକାଳ
- ପଣ୍ଡିତ ଜବାହରଲାଲ ନେହେରୁ (୧୫ ଅଗଷ୍ଟ ୧୯୪୭ – ୨୭ ମେ ୧୯୬୪) — ପ୍ରାୟ ୧୬ ବର୍ଷ ୯ ମାସ।
- ଗୁଲଜାରିଲାଲ ନନ୍ଦା (କାର୍ଯ୍ୟବାହୀ) — ମେ–ଜୁନ୍ ୧୯୬୪ ଓ ଜାନୁଆରୀ ୧୯୬୬; ମୋଟ ପ୍ରାୟ ୨୭ ଦିନ।
- ଲାଲ ବାହାଦୁର ଶାସ୍ତ୍ରୀ (୯ ଜୁନ୍ ୧୯୬୪ – ୧୧ ଜାନୁଆରୀ ୧୯୬୬) — ପ୍ରାୟ ୧ ବର୍ଷ ୭ ମାସ।
- ଇନ୍ଦିରା ଗାନ୍ଧୀ (୧୯୬୬–୧୯୭୭ ଓ ୧୯୮୦–୧୯୮୪) — ମୋଟ ପ୍ରାୟ ୧୫ ବର୍ଷ ୧୧ ମାସ।
- ମୋରାରଜୀ ଦେଶାଇ (୧୯୭୭–୧୯୭୯) — ପ୍ରାୟ ୨ ବର୍ଷ ୪ ମାସ।
- ଚରଣ ସିଂହ (୧୯୭୯–୧୯୮୦) — ପ୍ରାୟ ୫ ମାସ।
- ରାଜୀବ ଗାନ୍ଧୀ (୧୯୮୪–୧୯୮୯) — ପ୍ରାୟ ୫ ବର୍ଷ।
- ଭି. ପି. ସିଂହ (୧୯୮୯–୧୯୯୦) — ପ୍ରାୟ ୧୧ ମାସ।
- ଚନ୍ଦ୍ରଶେଖର (୧୯୯୦–୧୯୯୧) — ପ୍ରାୟ ୭ ମାସ।
- ପି. ଭି. ନରସିଂହ ରାଓ (୧୯୯୧–୧୯୯୬) — ପ୍ରାୟ ୫ ବର୍ଷ।
- ଅଟଳ ବିହାରୀ ବାଜପେୟୀ (୧୯୯୬; ୧୯୯୮–୨୦୦୪) — ମୋଟ ପ୍ରାୟ ୬ ବର୍ଷ।
- ଏଚ୍. ଡି. ଦେବେ ଗୌଡ଼ା (୧୯୯୬–୧୯୯୭) — ପ୍ରାୟ ୧୦ ମାସ।
- ଆଇ. କେ. ଗୁଜରାଲ (୧୯୯୭–୧୯୯୮) — ପ୍ରାୟ ୧୧ ମାସ।
- ଡ଼. ମନମୋହନ ସିଂହ (୨୦୦୪–୨୦୧୪) — ୧୦ ବର୍ଷ।
- ନରେନ୍ଦ୍ର ମୋଦୀ (୨୦୧୪–ବର୍ତ୍ତମାନ) — ଲଗାତାର ତୃତୀୟ କାର୍ଯ୍ୟକାଳରେ ରହିଛନ୍ତି।
ରୋଚକ ତଥ୍ୟ
- ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ।
- ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଜବାହରଲାଲ ନେହେରୁ।
- ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ।
- ନରେନ୍ଦ୍ର ମୋଦୀ ୨୦୧୪ ମସିହାରୁ କ୍ରମାଗତ ଭାବେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।



