କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଅନ୍ଧାରି ଙ୍କ ରାଜନଗର ଠାରେ ଆଜି ଠାରୁ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି।
ଏପ୍ରିଲ ୧୪ତାରିଖରୁ ୧୬ତାରିଖ ପଯ୍ୟନ୍ତ ତିନି ଦିନ ଧରି ଚାଲିବ ମା ଅନ୍ଧାରି ଙ୍କ ଏହି ଚଇତି ପର୍ବ ଆଜି ସକାଳୁ ମା ଅନ୍ଧାରି ଙ୍କ ବିଶେଷ ପୂଜା ନୀତି ସହ ମାର୍ଜଣା, ମଙ୍ଗଳ ଆଳତି,ସ୍ନାନ, ମହାସ୍ନାନ, ବଡ଼ସିଂହାର ବେସ,ଷୋଡଶ ଉପଚାରରେ ପୂଜା,ଭାଗବତ ପାରାୟଣ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ଅନ୍ଧାରି ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଚଇତି ପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




