ଆଜି ହେଉଛି ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ। ଆଜି ଦଳିୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ ତାଙ୍କର ଅଭିଭାଷଣ ରଖିବେ।କର୍ମୀମାନଙ୍କୁ ନବୀନ ପଟ୍ଟନାୟକ କଣ ବାର୍ତ୍ତା ଦେବେ ତା ଉପରେ ସମସ୍ତଙ୍କ ନଜର। କାରଣ ପ୍ରତିଷ୍ଠା ଦିବସରେ ନବୀନ କୁଆଡେ ତାଙ୍କର ଉତ୍ତାରଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ଚାଲିଛି।






