ଭୁବନେଶ୍ବର: ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଥିବା ସୂଚନା।
ଭୁବନେଶ୍ବର: ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଥିବା ସୂଚନା।
ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମନ୍ଥା’। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ‘ମନ୍ଥା’ ଭୀଷଣ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିବ। କିନ୍ତୁ ଓଡ଼ିଶାରେ ପହଞ୍ଚିବା ସମୟରେ ଦୁର୍ବଳ ହୋଇଯିବ। ଓଡ଼ିଶାରେ ଦୁର୍ବଳ ହେଉଥିବାରୁ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିବ। ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି...
ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ବାମୀ କିଛି କାମରେ ଓଡ଼ିଶା ଆସିଥିବା ବେଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଛି । ତେଣୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ୨ ଦିନ ମୃତଦେହ ପଡ଼ିରହିବା ପରେ ଆଜି ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଆସୁଛି ମୃତଦେହ ।
ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ରଙ୍ଗମଞ୍ଚରୁ। ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରିଦୁ’ ମାଧ୍ୟମରେ...
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱ ଯୋଗ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣାରେ ୩ ଲକ୍ଷ ଲୋକଙ୍କ ସହିତ ଏକ ସାମୁହିକ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ଆଜି ସାରା ଦେଶରେ ସାଢେ ତିନି ଲକ୍ଷରୁ ଅଧିକ ସ୍ଥାନରେ ସାମୁହିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଧମପୁରରେ ସୈନିକଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନ ପରିସରରେ ଯୋଗ କରୁଥିବାର ଦେଖାଯିବେ...
ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସ ଏକ ମିଳିତ ଅପରେସନ୍ରେ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଏମାନେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ୨ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ନିବାସୀ। ଏମାନେ ବିସ୍ଫୋରଣର ପରୀକ୍ଷଣ କରିବା ପାଇଁ ଯୋଜନା କରୁଥିଲେ । ଯେପରି ବିସ୍ଫୋରଣକୁ ସୁନିଶ୍ଚିତ ରୂପ ଦେଇପାରିବେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସମୀର ଓ ସିରାଜ୍ ଓରଫ ରହମାନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନେ ଆଇଏସଆଇଏସ ସହ ଜଡିତ ବୋଲି ପୁଲିସ ସନ୍ଦେହ କରୁଛି। ସିରାଜ ଏହାର ମାଷ୍ଟରମାଇଣ୍ଡ ଥିବା ବେଳେ ସମୀର ତା’ର ସହଯୋଗୀ।ଅନ୍ଲାଇନ୍ରୁ...
ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଆତଙ୍କବାଦୀ ସଂଗଠନ ISIS ସହ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରି, ପୋଲିସ ଏକ ବଡ଼ ଘଟଣା ଘଟିବା ପୂର୍ବରୁ ତାହାକୁ ଏଡାଇ ଦେଇଛି । ସୂଚନା ଅନୁଯାୟୀ, ଉଭୟ ଯୁବକ ହାଇଦ୍ରାବାଦରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ମିଳିତ ଅପରେସନରେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା । ଜଣେ ଅଭିଯୁକ୍ତଙ୍କୁ ବିଜୟନଗରମରୁ ଏବଂ ଅନ୍ୟ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଉଭୟଙ୍କଠାରୁ ବୋମା ତିଆରିରେ ବ୍ୟବହୃତ ବିପଜ୍ଜନକ ସାମଗ୍ରୀ ଜବତ କରାଯାଇଛି ।ଆପଣଙ୍କୁ...
ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୧୭ ଜଣ ଜୀବନ୍ତ ଜଳିଯାଇଛନ୍ତି । ଏଥିସହିତ ଅନେକ ଆହତ ହୋଇଥିବା ସୂଚନା ରହିଛି । ସେପଟେ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏବେ ନିଆଁ ଆୟତ୍ତ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେବେ...
ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ଏଥିରେ, ଆଗମ ଶାସ୍ତ୍ର ନିୟମ ଅନୁଯାୟୀ ତିରୁମାଲା ମନ୍ଦିର ଉପରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଅନୁରୋଧ କରାଯାଇଛି । ଟିଟିଡି ଚିଠିରେ କୁହାଯାଇଛି ଯେ, ମନ୍ଦିର ଆଖପାଖରେ ବିମାନଚଳାଚଳ ଆଧ୍ୟାତ୍ମିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଏହି ଅଞ୍ଚଳରେ ବିମାନ ଯାତାୟାତ ବୃଦ୍ଧି ପାଇବା ସହିତ ଏପରି ଚିନ୍ତା କରାଯାଉଛି...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ ସିଂହ, ଅଞ୍ଚଳର ସାମାଜ ସେବି ଗଙ୍ଗାଧର ସାମଲ, ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ ଓ ଗ୍ରାମର ବିଶିଷ୍ଠ ସାମାଜ ସେବୀ ତଥା ବିଜେବି ମଣ୍ଡଳ କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ଧିର ଯୋଗଦାନ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂଜକ ଆଚାର୍ଯ୍ୟ ବସନ୍ତ କୁମାର ଷଡଙ୍ଗୀ, ଜୟ କୃଷ୍ଣ ରଥ, ସିଦ୍ଧେଶ୍ଵର ପାଣି, ଶାନ୍ତନୁ କୁମାର...








All rights reserved. Designed by Inter Softech