
( ବାଲିଘର ପକ୍ଷରୁ ପୁରସ୍କାର ବିତରଣ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =29/8/23 ବାଲିଘର ଫାଉଣ୍ଡେସନ୍ ପକ୍ଷରୁ ତିର୍ତୋଲ ବ୍ଲକ୍ ଜଗନ୍ନାଥ ପୁର ନୋଡ଼ାଲ ସ୍କୁଲ ପରିସରରେ ୫ ଟି ବିଭାଗରେ କରାଯାଇଥିବା ପ୍ରତିଭା ପ୍ରତିଯୋଗିତାରେ ମୋଟ ୧୧୧ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଭାଗରେ ଜୁନିୟର, ସିନିୟର ୫ଟି ଜୋନ୍ ରୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଏହି ଭଳି କୃତିତ୍ୱ ଅର୍ଜନ କରିଥିବା ୩୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୁରଷ୍କାର ବିତରଣ ଉତ୍ସବରେ ମାନପତ୍ର,ଟ୍ରଫି ଓ କିଛି ପୁସ୍ତକ ପ୍ରଦାନ କରାଯାଇଛି। ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର...















