
ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ କେନ୍ଦ୍ର ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ...















