ଖାକିରେ କଳଙ୍କ: ପତ୍ନୀ ନିର୍ଯାତନା ଅଭିଯୋଗରେ ଏସ୍ଆଇ ଗିରଫ ବାରିପଦା: ଆଇନର ରକ୍ଷକଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କୁ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି। ଯୌତୁକ ଦାବି, ମାନସିକ ଓ ଶାରୀରିକ ନିର୍ଯାତନା, ହତ୍ୟା ଧମକ ଏବଂ ତଣ୍ଟିଚିପି ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଅଭିଯୋଗ ଅନୁସାରେ, ପୁରୀ ଜିଲ୍ଲାର ୩୧ ବର୍ଷୀୟା ମହିଳାଙ୍କ ସହ ପ୍ରଭାତଙ୍କର ପ୍ରାୟ ୪ ବର୍ଷ ଧରି ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା ଏବଂ...



