ଚମ୍ପୁଆରେ ଦହିବରା ପରେ ଏବେ ଯୋଡ଼ା ପୌରାଞ୍ଚଳରେ ପନିର ର ଭିଡିଓ ଭାଇରାଲ୍।
କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଦହିବରା ବ୍ୟବସାୟୀଙ୍କ କାରନାମାର ଭିଡିଓ ଭାଇରାଲ୍ ହେବା ଘଟଣା ଅଞ୍ଚଳବାସୀଙ୍କ ମନରୁ ଯାଇନଥିବା ବେଳେ ବୁଲାଗାଇ, ଷଣ୍ଡ ଖାଇଥିବା ପନିର୍ ଖାଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ସହରବାସୀ , ଯାହାର ଭିଡିଓ ଭାଇରାଲ୍ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ୍ ହୋଇଥିବା ଭିଡ଼ିଓରୁ ଏ ବିଷୟ ଜଣାପଡିଛି । କିଛି ଦିନ ତଳେ ଚମ୍ପୁଆ ବସଷ୍ଟାଣ୍ଡରେ ଜଣେ ଦହିବରା ବିକାଳି, ଆଇଁଠା ଦହିବରା ଲୋକଙ୍କୁ ଖୁଆଉଥିବା ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ, ଏନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅଷନ୍ତଷ ପ୍ରକାଶ ପାଇଥିଲା । ଏଭଳି ଘଟଣା ଲୋକଙ୍କ ମନରୁ ନଲିଭୁଣୁ, ଯୋଡା ପୌରାଞ୍ଚଳ ତଥା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଆଉ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ରାତ୍ରୀକାଳୀନ ବସ୍ ରେ କଟକରୁ ଅଖା ଭିତରେ ଆସୁଥିବା ପନିର୍, ବସ୍ କର୍ମଚାରୀ ବସଷ୍ଟାଣ୍ଡରେ ରାସ୍ତାକଡରେ ଥିବା ଏକ ଅପରିସ୍କାର ସ୍ଥାନରେ ଫୋପାଡି ଦେଇ ପଳାଉଥିବା ବେଳେ, ତାହା ଭୋର୍ ୪ଟାରୁ ଏହାକୁ ବ୍ୟବସାୟୀ ନ ନେବା ଯାଏ ଏହା ସେଠାରେ ପଡିରହୁଛି । ରାସ୍ତାକଡ଼ରେ ପଡ଼ିଥିବା ଏହି ପନିର୍ , ବୁଲା ଗାଇ, ଗୋରୁ ଓ ଷଣ୍ଡ କଣା କରି ଖାଉଥିବା ଭିଡ଼ିଏ ଏବେ ଭାଇରାଲ୍ ହୋଇଛି । ପରବର୍ତ୍ତୀ ସମୟରେ ଏସବୁ ପନିର୍ ଦୋକାନୀମାନେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏଥିପ୍ରତି ପୌରପାଳିକା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ତେବେ ଦେଖାଯାଉ ଏହାକୁ ନେଇ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ କି ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



