ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଭମରମାଲ ଠାରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଯାଇଛି ।
〰️〰️〰️〰️〰️〰️〰️〰️ଭବାନୀପାଟଣା (ଜାଗ୍ରତ ଭାରତ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଭମରମାଲ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ପଦ୍ମ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସର ଠାରେ ଚଳିତ ଆଷାଡ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଗତ ଗୁରୁବାର ଦିନ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କର ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ତିନି ରଥ ଙ୍କର ଛେରା ପହରା ପରେ ତିନି ଠାକୁରଙ୍କୁ
ରଥା ରୁଡ଼ କରାଯାଇଥିଲା । ତାପରେ ରଥଟଣା ଯାଇଥାଇଥିଲା । ଶ୍ରୀ ଜିଉ ବଳଦେବ ଠାକୁର , ଜଗନ୍ନାଥ ମହାପ୍ରଭୁ, ମାଁ ସୁଭଦ୍ରା ଏବଂ ସୁଦର୍ଶନ ମହାପ୍ରଭୁଙ୍କ ସାଙ୍ଗରେ ତିନି ରଥରେ ପ୍ରଥମେ ବଳଭଦ୍ର ଙ୍କର ତାଳଧ୍ୱଜ, ଦ୍ୱିତୀୟରେ ମାଁ ସୁଭଦ୍ରା ଙ୍କର୍ ଦର୍ପଦଳନ ବା ଦେବଦଳନ ଏବଂ ତୃତୀୟ ରେ ଶ୍ରୀ ଜଗନ୍ନାଥ ଙ୍କର ନନ୍ଧିଘୋଷ ସଙ୍ଗେ ସୁଦର୍ଶନ ମହା ରକ୍ଷକ ହୋଇ ତିନି ମାଉଁସି ମନ୍ଦିର ବା ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଆସିଥାନ୍ତି । ଏହି ଗୁଣ୍ଡିଚା ରଥଯାତ୍ରା ଦୁଇଦିନ ଧରି ପାଳନ କରାଯାଇଥାଏ ।ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଠାରୁ ଭମରମାଲ ମିଳନ ଛକରେ ଗୋଟିଏ ଦିନ ରହି ତାର ଆର ଦିନ ତାଙ୍କ ମାଉଁସି ମନ୍ଦିର କୁ ଯାଇଥାନ୍ତି । ଏଥିରେ ଗ୍ରାମବାସୀ ଏବଂ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ମାନଙ୍କର ସହଯୋଗ ରହିଛି । ଏହି ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅବସ୍ଥାପିତ ହୋଇଛି । ଭକ୍ତ ମାନେ ଆନନ୍ଦରେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରସାଦ ପାଇଥିଲେ । ସମଗ୍ର ଗ୍ରାମରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-20_07-13-17-909-scaled.jpg)