୫୨୦ ନମ୍ବର୍ ଜାତୀୟ ରାଜପଥରେ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଜଣେମୃତ ଦୁଇ ଗୁରୁତର।
୫୨୦ନମ୍ବର୍ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେମୃତ ଦୁଇ ଜଣ ଗୁରୁତର। ରାସ୍ତା କଡରେ ଛିଡା ହୋଇ ଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ। ଜଣେ ମୃତ ଦୁଇ ଗୁରୁତର ହୋଇଥିବା ନେଇ ସୂଚନା। ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବଡ଼ବିଲ ପଟୁ ଆସୁଥିବା ଏକ ବୋଲେରୋ ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର୍ ଜାତୀୟ ରାଜପଥ ରଘୁଆଳସାହି ଓଭର ବ୍ରୀଜ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ତିନି ଜଣଯାକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଚମ୍ପୁଆ ଡାକ୍ତର ଖାନାକୁ ନିଆଯାଇଥିଲା ସେଠାରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ନେଇ ସୂଚନା। ଅନ୍ୟ ଦୁଇ ଜଣକ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ଦୁର୍ଘଟଣା ଏତେ ଜୋରଦାର ଥିଲାକି ବୋଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ ଚୂର୍ମାର ହୋଇଯାଇଥିବା ଦେଖାଯାଇଛି।ତେବେ ସେମାନଙ୍କ ପରିଚୟ ଜଣାପଡିନାହିଁ। ପୋଲିସ ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



