ଗାଡ଼ିରେ ରଙ୍ଗବେରଙ୍ଗ ର ଲାଇଟ୍ ଲଗାଇ ବୁଲୁଥିଲେ, ଗୋଡେଇ ଧରିଲେ ଆଞ୍ଚଳିକ ପରିବହନ ଅଧିକାରୀ।

ଘରୋଇ ଗାଡ଼ିରେ ରଙ୍ଗ ବେରଙ୍ଗ ର ଲାଇଟ୍ ଲଗାଇ ବୁଲୁଥିଲେ ରାଜରାସ୍ତାରେ, ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିଲା ଭ୍ରମ, ଏହି ଲାଇଟ୍ ଲଗାଯାଇଥିବା ଗାଡ଼ି ଗୁଡ଼ିକୁ ଦେଖିକି ଲୋକେ ମଧ୍ୟ ଭୟଭୀତ ହେଉଥିଲେ, ଗୋଡେଇ ଧରିଲେ ଆଞ୍ଚଳିକ ପରିବହନ ଅଧିକାରୀ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ କିଛି ଘରୋଇ ଗାଡ଼ିରେ ରଙ୍ଗବେରଙ୍ଗର ଲାଇଟ୍ ଲଗାଇ ଘାଇଁ ଘାଇଁ କରି ବଡ଼ବିଲ ପୌରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିଲେ ଯାହାପାଇଁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେବାସହ ଲୋକେ ଏହି ଗାଡ଼ି ଗୁଡ଼ିକୁ ଦେଖି ପ୍ରଶାସନର ଗାଡ଼ି ଭାବି ଭୟଭୀତ ହେଉଥିଲେ, ଯାହାର ଖବର ଓ ଫୋଟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିଲା ଏବଂ କିଛି ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା। ଯାହାକୁ ଦେଖି ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଆକ୍ସନ ମୁଡ଼ରେ ଆସିଥିଲେ ଓ ଏହିଭଳି ବେଆଇନ୍ ଭାବେ ରଙ୍ଗ ବେରଙ୍ଗର ଲାଇଟ୍ ଲଗାଇ ରାଜରାସ୍ତାରେ ବୁଲୁଥିବା ଆଠଟି ଗାଡ଼ିକୁ ଏମ ଭି ଆଇ ଅରୁଣ କୁମାର ସାହୁ ସିଜ୍ କରି ନିଜ କାର୍ଯ୍ୟାଳୟ ପରିସରରେ ରଖିଥିବା ଦେଖିବାକୁ ମିଳିଛି ଓ ଏହି ଗାଡ଼ି ଗୁଡ଼ିକ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ବରଂଜନ ସାହୁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




