ପ୍ରବଳ ଲଘୁଚାପ ଜନିତ ଲଗାଣ ବର୍ଷାରେ ଦଶ ପୁରରେ ଜଳ ବନ୍ଦୀ ଘେରରେ

ଗୋଲାମୁଣ୍ଡା/୨୯/୭/୨୬/()
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶ ପୁର ଗ୍ରାମର ଅନେକ ସ୍ଥାନରେ ଜଳବନ୍ଦୀ ଘେରରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଜି ଗୋଲାମୁଣ୍ଡା ବ୍ଲକର ଅନେକଟିଙ୍ଗିପଦର ଗ୍ରାମର ପରୀକ୍ଷିତ ସେଠିଆ ଙ୍କ ଓ ମାଳତି ବେୱା ଙ୍କ ଘର ଭାଙ୍ଗି ଜଯାଇଛି ଓ ଅନେକ ସ୍ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପ୍ରବଳରୁ ପ୍ରବଳ ଭାବେ ଲଘଚାପଜନିତ ବର୍ଷା ଯୋଗୁ ଅନେକ ସ୍ଥାନରେ ଲୋକଙ୍କ ଙ୍କ ଘର ଦ୍ୱାରରେ ପାଣି ପଶିବା ସହ ଚାଷଜମି ନଷ୍ଟ, ରାସ୍ତା ଉପରେ ଆଣ୍ଠୁଏ ପାଣି ଯାତାୟତ ସମସ୍ୟା ଦେଖା ଦେଇଛି, ଏ ଭଳି ଦଶ ପୁର ଗ୍ରାମର ଅନେକ ସ୍ଥାନରେ ଜଳବନ୍ଦୀ ଘେରରେ ରହିଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଦାୟକ ଅଟେ, ଏ ନେଇ ଦଶ ପୁର ରାଜସ୍ୱ ନିରୀକ୍ଷକ ଦେବସ୍ମିତା ଶବର ଓ ସରପଞ୍ଚ ରଞ୍ଜନ ସାହୁ, ପିଇଓ ସହଦେବ ଭାଇସଲ, ପିଅନ ବିରଞ୍ଚି ନାଏକ, କୁମୁଦ ସେଠୀ ପ୍ରମୁଖ ଜଳ ବନ୍ଦୀ ଘେରରେ ଥିବା ନିକଟରେ ଉପସ୍ଥିତି ରହି ଏହାର ତଦନ୍ତ କରି ଥିଲେ,ଓ କେତେକ ପରିବାର ଲୋକେ ନାହିଁ ନ ଥିବା ଅସୁବିଧା ଦେଖା ଦେଇ ଥିବାରୁ ପଞ୍ଚାୟତ ଗୃହ, ଅଙ୍ଗନୱାଡ଼ି ଗୃହ ରେ ସ୍ଥାନତରିତ କରିବା ସହିତ ସୁଖା ଖାଦ୍ୟ ଖାଇବା ପାଇଁ ଯୋଗାଇ ଦେଇ ଥିଲେ ଓ ରାତିରେ ମଧ୍ୟ ଜଳବନ୍ଦୀ ଘେରରେ ଥିବା ପରିବାରଙ୍କୁ ରନ୍ଦା ଖାଦ୍ୟ ଦେବା ପାଇଁ ସରପଞ୍ଚ ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ,ଆସନ୍ତୁ ଦେଖିବା ସେହି ପରିବାରଙ୍କ ଦୃଶ୍ୟ ସହ ଛୋଟ ଛୋଟ ପୁଅ ଝିଅ ମାନଙ୍କୁ ନେଇ ଜଳ ମଗ୍ନ ଘର ଛାଡ଼ି ପଂଚାୟତରେ ରାତ୍ର ଜାପାନ କରିଥିବାରୁ ସରପଞ୍ଚ ଉଦ୍ଧାର କାର୍ଯ୍ୟ ଜାରି କରି ପ୍ରତିଶ୍ରୃତି ଦେଇଥିଲେ, ନିଜେ ଓଦା ଲୁଗା ପିନ୍ଧି ଲୋଙ୍କଙ୍କ ସେବାରେ ପରିବାର ଧନ୍ଯବାଦ ଜଣାଇଥିଲେ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ରୁ କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ




