ଆକ୍ଟିଭ ମିଡ଼ିଆ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ତାଳଚେର, ୧୬/୦୮ ତାଳଚେର ବିକାଶ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜକୁ ନିଜର ଦକ୍ଷତା ପ୍ରତିପାଦନ କରି ଆସୁଥିବା ଓ ସମାଜର ମଙ୍ଗଳ ପାଇଁ ସଦାସର୍ବଦା ଉଦ୍ଦିଷ୍ଟ ଆକ୍ଟିଭ ମିଡ଼ିଆ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ତାଳଚେର ଟାଉନ “ଜୟ ନିତାଇ ଆଶ୍ରମ” ନିଜସ୍ୱ କାର୍ଯ୍ୟରେ ପାଳନ କରାଯାଇଛି । ସଂଘ ପକ୍ଷରୁ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପ୍ରାଧାନ୍ୟତା ଦେଇ ତାଳଚେର ଟାଉନ ଥାନା ଅଧିକାରୀ ଦେବଦତ ରାଉତ ରାୟ ଜାତୀୟ ପତାକା ଉତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ସ୍ୱାଧୀନତା ଦିବସର ମହତ୍ୱ ବର୍ଣ୍ଣନା କରିଥିଲେ । ସେହିଭଳି ସଂଘର କାର୍ଯ୍ୟକାରୀ ସଭାପତି ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ, ସମ୍ପାଦକ ପ୍ରଦୀପ୍ତ ଜେନା, ଦେବେନ୍ଦ୍ର ସାହୁ, ତ୍ରିଲୋଚନ ସ୍ୱାଇଁ, ଚର୍ତୁଭୂଜ ନନ୍ଦ, ତ୍ରିପୁର ସାହୁ, ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ, ସିରାଜ ଖାନ, ଦିଲ୍ଲୀପ ପ୍ରଧାନ, ତାଳଚେର ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଚମ୍ପକ କୁମାର ସାହୁ, ନ୍ୟୁଜ୍ ଅପରେଟର ରମେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟନିତାଇ ଆଶ୍ରମର ପୂଜକ ଗୋଲଖ ଚନ୍ଦ୍ର ଆଚାର୍ଯ୍ୟ, ବାବା ବ୍ରହ୍ମଚାରୀ ଆନନ୍ଦ ଗୋପାଳ ଦାସ, ରିଙ୍କୁ ବେହେରା, ଜିତେନ୍ଦ୍ର ମହାପାତ୍ର, ଆଶ୍ରମର ଅନ୍ତେଃବାସୀ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ, ସେଉ, ବୁନ୍ଦି, ଇତ୍ୟାଦି ବଂଟନ କରାଯାଇଥିଲା । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂଘର ସମସ୍ତ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ମା’ସେବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସଂଘର ସମ୍ପାଦକ ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଜାତୀୟ ପତାକା ଉତୋଳନ କରିବା ସହ ନିଜର ଅଭିଭାଷଣ ଉପରେ ଦେଶର ମହାପୁରୁଷ ଓ ବୀରପୁରୁଷଙ୍କ ଉପରେ ଟିପ୍ପଣୀ ରଖି ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାସେବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପରେପରେ ସମସ୍ତଙ୍କୁ ସେଉବୁନ୍ଦି ବଂଟନ ମଧ୍ୟ କରାଯାଇଥିଲା ।

August 17, 2026/
No Comments


