ବନ୍ଦେ ମାତରମ୍କୁ ନେଇ କଂଗ୍ରେସର ଆଚରଣ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିକାତ୍ମକ ବିକ୍ଷୋଭ

ବ୍ରହ୍ମପୁର, ୧୬/୮ : ପବିତ୍ର ୮୦ତମ’ ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ କୁ ଅପମାନ କରିଛି । ଏହି ପ୍ରସଙ୍ଗକୁ ନିନ୍ଦାକରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିକାତ୍ମକ “ବିକ୍ଷୋଭ ପ୍ରଦର୍ଶନ” କରାଯାଇଛି ।

ବିକ୍ଷୋଭ ସମୟରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପ୍ଲାକାର୍ଡ ଧରି ବନ୍ଦେ ମାତରମ୍ ର ଅପମାନ – ସହିବ ନାହିଁ ହିନ୍ଦୁସ୍ତାନ୍ ଭଳି ବିଭିନ୍ନ ନାରାବାଜି କରିବା ସହ କଂଗ୍ରେସ ଦଳ ‘ବନ୍ଦେ ମାତରମ୍କୁ ସମ୍ମାନ କରନ୍ତୁ’ ଏବଂ ଜାତୀୟ ଭାବନାକୁ ସମ୍ମାନ କରିବା ପାଇଁ ଆନ୍ଦୋଳନାତ୍ମକ ଦାବି କରିଥିଲେ । ବିଜେପି ଯୁବ ମୋର୍ଚ୍ଚାର ଅଭିଯୋଗ ଅନୁସାରେ, ‘ବନ୍ଦେ ମାତରମ୍’ ଭଳି ଦେଶଭକ୍ତିର ପ୍ରତୀକ ପ୍ରତି କୌଣସି ପ୍ରକାରର ଅସମ୍ମାନଜନକ ଆଚରଣ ଦେଶର ଯୁବ ଓ ଛାତ୍ର ସମାଜର ଭାବନାକୁ ଆଘାତ ପହଞ୍ଚାଏ । ତେଣୁ ରାଜନୈତିକ ମତଭେଦ ଥିଲେ ମଧ୍ୟ ଜାତୀୟ ପ୍ରତୀକ ଓ ଦେଶଭକ୍ତିର ଭାବନା ପ୍ରତି ସମସ୍ତ ରାଜନୈତିକ ଦଳ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ।

‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଗଭୀର ଭାବେ ଜଡ଼ିତ ଏକ ଐତିହାସିକ ଦେଶଭକ୍ତିମୂଳକ ଗୀତ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ମନରେ ଦେଶପ୍ରେମ ଓ ଏକତାର ଭାବନା ସୃଷ୍ଟି କରିଥିଲା । ତେଣୁ ଏହା ପ୍ରତି ସମ୍ମାନ ରଖିବା ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।
ଏହି ଅବସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲାର ସଭାପତି ସୋମନାଥ ପାତ୍ର କହିଛନ୍ତି, “ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ଭାରତର ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ମୃତି ଓ ଦେଶଭକ୍ତିର ଏକ ପ୍ରତୀକ । ଏହା ପ୍ରତି କୌଣସି ପ୍ରକାରର ଅସମ୍ମାନକୁ ଯୁବ ସମାଜ ଗ୍ରହଣ କରିବ ନାହିଁ । ଦେଶର ଜାତୀୟ ଭାବନା, ସମ୍ବିଧାନ ଓ ସଂସଦୀୟ ପରମ୍ପରା ପ୍ରତି ସମ୍ମାନ ରଖିବା ସମସ୍ତଙ୍କ କର୍ତ୍ତବ୍ୟ । ଆଗାମୀ ଦିନରେ ମଧ୍ୟ ଜାତୀୟ ସମ୍ମାନ ଓ ଦେଶଭକ୍ତିର ଭାବନାକୁ ନେଇ ଯୁବ ମୋର୍ଚ୍ଚା ଜନଜାଗରଣ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ପ୍ରକାଶ କରିଛନ୍ତି । ଏହି ପ୍ରତିକାତ୍ମକ “ବିକ୍ଷୋଭରେ” ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଉପସଭାପତି ବି.ରବି ରାଓ,କିଶୋର କୁମାର ସାହୁ,ଆଲୋକ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ପୋଲାଇ,ଜିଲ୍ଲା ସମ୍ପାଦକ ସୁମିତ୍ ପାତ୍ର,ଅମର ସାହୁ,କାହ୍ନା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ଗଣମାଧ୍ଯମ ସଂଯୋଜକ ସୁନିଲ ଦୋରା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତି ପଟ୍ଟନାୟକ,ଶୀତଳ ଜେନା,ରାହୁଲ ସାହୁ,ଶ୍ରୀଧର ପାଳ, ଗଣେଷ ସାହୁ,ଜିଲ୍ଲା ସଂଯୋଜକ ଏନ୍ ଦିବାକର,ଜଗନ ମହାପାତ୍ର,ସୁନୀଲ ସାହୁ,କମଲ ପାତ୍ର,ଜି ବିଜୟ ପାତ୍ର,ମନୋଜ ପାଣିଗ୍ରାହୀ,ଅଜୟ ଦାସ,ଅର୍ଜୁନ ବେହେରା ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡଙ୍ଗୀ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ବନମାଳୀ ସେଠୀ, ଜିଲ୍ଲାର ବରିଷ୍ଠ ମହିଳା ନେତ୍ରୀ ପ୍ରେମଶିଳା ନନ୍ଦ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ, ସରୋଜ ପାତ୍ର,ଲୋକନାଥ ସାହୁ,ଅମିତ୍ ଚୈାଧୁରୀ,ତୋଫାନ ସେଠୀ ପ୍ରମୁଖ ନେତୃବୃନ୍ଦଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।



