ତାଳଚେରରେ ରାଜୀବ ଗାନ୍ଧୀ ସଦଭାବନା ଦିବସ ପାଳନ
ତାଳଚେର, ୨୦/୦୮ ତାଳଚେର ସ୍ଥିତ ପଂଚାୟତ ସମିତି ସଭାଘର ଠାରେ ରାଜୀବ ଗାନ୍ଧୀ ଜନ କଲ୍ୟାଣ ସଂଘ ତରଫରୁ ୰ ରାଜୀବ ଗାନ୍ଧୀଙ୍କ ୮୨ ତମ ଜୟନ୍ତୀ ଅବସରରେ ସଦଭାବନା ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ ଯୋଗଦେଇ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ସ୍ୱର୍ଗତ ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ସଂଘର ପ୍ରତିଷ୍ଠାତା ତଥା ସାଧାରଣ ସଂପାଦକ ସୌମ୍ୟ ସଂଜୀବ ମିଶ୍ର ସ୍ୱାଗତ ଭାଷଣ ତଥା ବିବରଣୀ ପାଠ କରିଥିଲେ । ସଂଘର ପ୍ରବକ୍ତା ହରେକୃଷ୍ଣ ମହାପାତ୍ର, ପୂର୍ବତନ ନଗରପାଳ କେଶବ ଭୂତିଆ, ପ୍ରଭାତ ରଥ, ଦୁର୍ଗା ଶତପଥି, ଦୁଷ୍ମନ୍ତ କାଞ୍ଜି, ସାମ୍ବାଦିକ ମନୋଜ ଶତପଥି, ସନ୍ତୋଷ ମହାରଣା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ କୁଅଁର, ଦୁର୍ଗା ପ୍ରସାଦ ସାହୁ, ଭାଗିରଥି ନାଏକଙ୍କ ସମେତ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ପ୍ରଦୀପ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।



