ଟ୍ରକ ଦୁର୍ଘଟଣାରେ ସ୍ତ୍ରୀ ମୃତ ଛୁଆ ଆହାତ : ଅଳ୍ପକେ ବର୍ତିଲେ ସ୍ୱାମୀ
ତାଳଚେର, ୨୦/୦୮ ଆଜି ଅପରାହ୍ଣ ସମୟରେ ତାଳଚେର ଭୈରବୀ ସାହିର ହରେଶ ଭୂତିଆ ତାଙ୍କ ସ୍ତ୍ରୀ ଆରତୀ ଭୂତିଆ ଓ ତାଙ୍କ ଦୁଇଛୁଆଙ୍କୁ ନେଇ ଚାଇଁପାଳ ଅଭିମୁଖେ ତାଙ୍କ ସମ୍ପର୍କୀୟ ଲୋକଙ୍କୁ ଦେଖିବାକୁ ଯାଇଥିବା ସମୟରେ ବାଟରେ ଏକ କୋଇଲା ବୋଝଇ ଟ୍ରକ ଧକ୍କାଦେବା ଫଳରେ ପତ୍ନୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଛୁଆ ଆହାତ ହୋଇଥିଲେ ଓ ସ୍ୱାମୀ ଅଳ୍ପକେ ବର୍ତି ଯାଇଥିଲେ । ଘଟଣାରୁ ପ୍ରକାଶ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବାରୁ ୧୪୯ନଂ ଜାତୀୟ ରାଜପଥରେ ପ୍ରଚୁର ଧୂଳିଧୂଆଁ ସହିତ ଖାଲଖମାରେ ଭର୍ତି ହୋଇଛି ଏବଂ ଅହରହ ଟ୍ରାଫିକ ଜାମ ହେଉଥିବାରୁ ରାସ୍ତା ସଙ୍କୁଚିତ ହେବା ସହ ରାସ୍ତାଟି ଯମ ଯନ୍ତ୍ରଣା ସାଜୁୁଛି । ଆଜି ଏହି ପରିବାର ୪ଜଣ ବ୍ୟକ୍ତି ଏକ ବାଇକରେ ଚାଇଁପାଳ ନିକଟସ୍ଥ ପେଟ୍ରୋଲପମ୍ପରେ ଛିଡ଼ା ହୋଇଥିବା ବେଳେ ଏତିକି ବେଳେ ଏକ କୋଇଲା ବୋଝଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ବୋଲି ପ୍ରତ୍ୟେକ୍ଷ ଦର୍ଶିଙ୍କ ନିକଟରୁ ଶୁଣିବାକୁ ମିଳେ । ଛୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡ଼ାକ୍ତରଖାନାକୁ ନିଆଯାଇଥିବା ବେଳେ ମୃତ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଅଡ଼ି ବସିଥିଲେ ଓ ସେଠାରେ ଏକ ଉତେଜନପୂର୍ଣ୍ଣ ଅବସ୍ଥା ଦେଖାଦେଇଥିଲା । ଖବର ଲେଖା ହେଲା ବେଳକୁ ସର୍ବିଶେଷ ତଥ୍ୟ ମିଳିପାରି ନାହିଁ ।



