ତାଳଚେର ଅବକାରୀ ପକ୍ଷରୁ ୬୯ଗ୍ରାମ ହେରୋଇନ୍ ଜବତ : ୧ଗିରଫ
ତାଳଚେର, ୨୦/୦୮ ତାଳଚେର ଅବକାରୀ ବିଭାଗ ପକ୍ଷରୁ କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଅଂଚଳରେ ଚଢ଼ାଉକରି ଜଣେ ମହିଳାଙ୍କ ନିକଟରୁ ୬୯ଗ୍ରାମ ହେରୋଇନ୍ ଜବତ କରାଯିବା ସହିତ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଉପନିରୀକ୍ଷକ ଧିରେନ ଦେବତାଙ୍କ ନେତୃତ୍ୱରେ ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ନିରିକ୍ଷକ ଉମାକାନ୍ତ ସ୍ୱାଇଁ ଓ କର୍ମଚାରୀ ଚଢ଼ାଉ କରି ୬୯ଗ୍ରାମ ହେରୋଇନ୍ ଓ ୫ହଜାର ୫ଶହ ଟଙ୍କା ଜବତ କରିଛନ୍ତି । କୋଳିରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗ୍ରାମର ସଲାମ ବେଗମ (୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ହେରୋଇନର ମୂଲ୍ୟ ୭ଲକ୍ଷଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ଜଣାପଡ଼ିଛି ।



