ଖାଦ୍ୟ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ନିରାପତ୍ତା ବିଭାଗ ର ଚଢାଉ…., କଳାହାଣ୍ଡି,ଜୁନାଗଡ଼, (ବାଲେଶ୍ୱର ସୁନାନୀ ): ଆଗାମୀ ରାକ୍ଷୀ ପର୍ବକୁ ଦୃଷ୍ଟିରେ ରଖି ମିଠା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଜୁନାଗଡ଼ NAC ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ, ଜୁନାଗଡ଼ NAC ଓ ପୋଲିସର ମିଳିତ ସହଯୋଗରେ ଏକ ବିଶେଷ ଯାଞ୍ଚ ଅଭିଯାନ କରାଯାଇଥିଲା।
ଏହି ଅଭିଯାନରେ ମୋଟ ୨୪ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ପନିରରେ ଷ୍ଟାର୍ଚ୍ଚର ଉପସ୍ଥିତି ଯାଞ୍ଚ ପାଇଁ 7 No.ପନିର ନମୁନାରେ ରାପିଡ୍ ଆୟୋଡିନ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ସମସ୍ତ 7No. ପନିର ନମୁନା ଷ୍ଟାର୍ଚ୍ଚ ପାଇଁ ନେଗେଟିଭ୍ ଥିବା ଜଣାପଡ଼ିଥିଲା।
ଏହାସହିତ, ମିଠା ଓ ପନିର ସମେତ ୮ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ବିସ୍ତୃତ ବିଶ୍ଳେଷଣ ପାଇଁ ପଠାଯାଇଛି।
ଯାଞ୍ଚ ସମୟରେ ପ୍ରାୟ ୪୨ କିଲୋଗ୍ରାମ ବାସି ଖାଦ୍ୟ ଏବଂ କୃତ୍ରିମ ଖାଦ୍ୟ ରଙ୍ଗ ବ୍ୟବହୃତ ଖାଦ୍ୟ ଚିହ୍ନଟ କରାଯାଇଥିଲା। ଏହି ଖାଦ୍ୟଗୁଡ଼ିକ ମାନବ ଖାଦ୍ୟ ଉପଯୋଗ ପାଇଁ ଅନୁପଯୁକ୍ତ ଥିବାରୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀମାନଙ୍କ ଠାରୁ FSS Act ର ଧାରା ୬୯ ଅନୁଯାୟୀ ମୋଟ ₹୯,୩୦୦ ଜରିମାନା ଆଦାୟ କରାଯାଇଥିଲା।
ଅନ୍ୟପଟେ, ଜୁନାଗଡ଼ NAC ଟିମ୍ ପକ୍ଷରୁ ପ୍ରାୟ ୨୦୦ କିଲୋଗ୍ରାମ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍/ପଲିଥିନ୍ ଜବତ କରାଯାଇଥିଲା। ଏହି ସମ୍ପର୍କରେ ୧୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ₹୫,୦୦୦ ଜରିମାନା ଆଦାୟ କରାଯାଇଥିଲା।
ଏହି ମିଳିତ ଅଭିଯାନରେ ବିଶ୍ୱଜିତ ନାଏକ, ଖାଦ୍ୟ ନିରାପତ୍ତା ଅଧିକାରୀ, କଳାହାଣ୍ଡି; ବାଳକୃଷ୍ଣ ବଞ୍ଜାରା, ସାନିଟେସନ୍ ଏକ୍ସପର୍ଟ, ଜୁନାଗଡ଼ NAC; ରାଜୀବ ଲୋଚନ ରଣା, ଖାଦ୍ୟ ନିରାପତ୍ତା ସହାୟକ; ଏସ୍ଆଇ ତପନ କୁମାର କାଲୋ, ଜୁନାଗଡ଼ ଥାନା; ତଥା ପୋଲିସ କର୍ମଚାରୀ ଏବଂ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ରାକ୍ଷୀ ପର୍ବ ସମୟରେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହ ଖାଦ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ଖାଦ୍ୟ ନିରାପତ୍ତା ନିୟମ ପାଳନ ନେଇ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।



