ଢେଙ୍କାନାଳ, କାଞ୍ଚନ ବଜାର:
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଉଦଘାଟନ ହୋଇଯାଇଛି।

ଏହି ଅବସରରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଗ୍ରାହକଙ୍କ ପାଇଁ ଏଠାରେ ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ ସହ ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପଲବ୍ଧ ରହିଛି। ଗଢା ମଜୁରୀ ସମୂର୍ଣ୍ଣ ମାଗଣା ସହ ଆଜି ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରହିଛି
ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।




