ଗାଳ୍ପିକା ସରସ୍ବତୀ ଧଳଙ୍କ ଗଳ୍ପ ପୁସ୍ତକ ଜ୍ଞାନ କଳିକାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଯାଜପୁର ୧୩/୯( ଜାଗ୍ରତ ଭାରତ ନ୍ୟୁଜ ): ବିଂଝାରପୁର ବ୍ଳକ ର ଆଧ୍ୟାତ୍ମିକ କ୍ଷେତ୍ର ବାବା ବରୁଣେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଜି ଗାଳ୍ପିକା ସରସ୍ବତୀ ଧଳଙ୍କ ଗଳ୍ପ ପୁସ୍ତକ ଜ୍ଞାନ କଳିକାର ଶୁଭ ଲୋକାର୍ପଣ ଉତ୍ସବ ଅଧ୍ୟାପକ ଅଜୟ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର, ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ଦାମୋଦର ବେହେରା, ସମ୍ମାନିତ ଅତିଥିଭାବେ ଖରସ୍ରୋତା ପୁସ୍ତକ କମିଟିର ସଭାପତି ସମାଜସେବୀ ପଦ୍ମାକର ଗୁରୁ, ଶିକ୍ଷାବିତ ସୁଶାନ୍ତ କୁମାର ନାୟକ ,ପ୍ରକାଶକ ନିର୍ମଳ କୁମାର ଯେନା, ଗାଳ୍ପିକା ସରସ୍ବତୀ ଧଳ,ଲେଖକ ଜଗନ୍ନାଥ ଧଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଟବର ଦାସ, ପ୍ରଶାନ୍ତ ରାଉତରାୟ,ଅଭୟ ଖୁଣ୍ଡିଆ, ସରୋଜ କୁମାର ମଲ୍ଲିକ,ଭାରତ ଭୁଷଣ ମଲ୍ଲୀକ, ସୁଧିର ଆଚାର୍ଯ୍ୟ, ସନ୍ତୋଷ କୁମାର ବେଉରିଆ, ରାମଚନ୍ଦ୍ର ମହାନ୍ତି, ଶିଶିର ଦାସ , ତ୍ରିଲୋଚନ ପତି ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ଶିକ୍ଷାବିତ ସରୋଜ କୁମାର ମଲ୍ଲିକ।




