ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ବକର୍ମା ପୂଜା ପରିଦର୍ଶନ କଲେ ପୂର୍ବତନ ବିଧାୟକ
ଢେଙ୍କାନାଳ, ୧୯/୯: ଢେଙ୍କାନାଳ ସହର ମୀନାବଜାର ବଣିଆସାହିର ଗୋଲୁଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ୱକର୍ମା ପୂଜା ଧୁମ୍ଧାମରେ ପାଳିତ ହେଉଅଛ । ଆଜି ତୃତୀୟ ଦିବସରେ ଢେଙ୍କାନାଳ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଉପସ୍ଥିତ ରହି ବିଶ୍ୱକର୍ମାଙ୍କ ଆଶିଷ ଲାଭ କରିଥିଲେ । ଏହି ପୂଜାକୁ ପ୍ରଶଂସା କରିବା ସହିତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ତାଙ୍କ ସହିତ ଉପନଗରପାଳ ପ୍ରକାଶ କୁଅଁର, ୧୨ନଂ ୱାର୍ଡର କାଉନ୍ସିଲର ଶୁଭଲକ୍ଷ୍ମୀ ସାହୁ, ବାର୍ ଆସୋସିଏସନ୍ର ସଭାପତି ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଶିଷ ଲାଭ କରିଥିଲେ। ଏହି ପୂଜା ଉତ୍ସବରେ ସଂଘ ସଭାପତି ତୁଷାର ରଞ୍ଜନ ମହାପାତ୍ର ସମ୍ପାଦକ ଅରୁଣ ମହାପାତ୍ର ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା । ଆସନ୍ତା କାଲି ଯାଉଁଲି ପୋଖରୀ ମଠ ଠାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ରହିଛି ।



