ଜୟ କିସାନ ଆନ୍ଦୋଳନ ର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ
ଭଟଲି :-ଜୟ କିସାନ ଆନ୍ଦୋଳନ ଭଟଲି ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ଅକ୍ଷୟ ପ୍ରଧାନ ଙ୍କ ସଭାପତିତ୍ବରେ ଟେମରେନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ରେ ବ୍ଲକ ର ବିଭିନ୍ନ ଗ୍ରାମରୁ ସକ୍ରିୟ କର୍ମୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେ ଧାନ ବିକ୍ରି ସମସ୍ୟା, ସାର କଳାବଜାରୀ, ସ୍ବାସ୍ଥ୍ୟ ସମସ୍ୟା ଏବଂ ବ୍ଲକ ରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ମରାମତି କୁ ନେଇ ଅନିୟମିତତା ଆଦି ପ୍ରସଂଗରେ ଆଲୋଚନା ହୋଇଥିଲା। ଏଫ ସି ଆଇ ଚାଉଳ ନେଉ ନଥିବା ନିଜେ ଯୋଗାଣ ମନ୍ତ୍ରୀ ସ୍ବୀକାର କରୁଥିବା ବେଲେ ଚଳିତ ଖରିଫ ଋତୁରେ ଧାନ କିଣା ବିକା ରେ ଘୋର ଅବ୍ଯବସ୍ଥା ହେବାର ଆଶଂକା ଦେଖାଯାଇଛି । ତେଣୁ ସରକାର ମିଲ ମାଲିକମାନଙ୍କୁ ନିର୍ଭର ନକରି କେପ୍ ଷ୍ଟୋରେଜ୍ ମଧ୍ୟରେ ଧାନ ସଂଗ୍ରହ ବ୍ଯବସ୍ଥା କରନ୍ତୁ । ବୈଠକରେ ସାର କଳାବଜାରୀ କୁ ନେଇ ଉଦ୍ବେଗ ପ୍ରକାଶ ପାଇଥିବା ବେଲେ ଆଗାମୀ ଦିନରେ ଯଦି ଚାଷୀମାନଙ୍କୁ ସୁଲଭ ମୂଲ୍ୟ ରେ ସାର ଯୋଗାଇ ଦିଆ ନଗଲେ ବ୍ଯାପକ ଆନ୍ଦୋଳନ କରାଯିବା, ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ପଦବୀ ଖାଲି ଥିବା ଏବଂ ଦିନ ୧୨ ଟା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାୟ ବନ୍ଦ ହୋଉଥିବାରୁ ଡାକ୍ତର ପଦବୀ ପୂରଣ ଏବଂ ୨୪ ଘଣ୍ଟା ଖୋଲା ରଖିବା ଦାବିରେ ଅତି ଶୀଘ୍ର ଡାକ୍ତରଖାନା ସମ୍ମୁଖରେ ସଂଗଠନ ତରଫରୁ ଧାରଣା ଦେବା ଏବଂ ବ୍ଲକ ରେ ଥିବା ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର କେନାଲ ମରାମତି କରାନଯାଏ ତାହେଲେ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ସମ୍ମିଳନୀ ରେ ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ , ସାଧାରଣ ସଂପାଦକ ହର ବଣିଆଁ, ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, କୁନା ବେହେରା ଯୋଗ ଦେଇଥିବା ବେଳେ ବ୍ଲକ ଉପସଭାପତି ଭରତ ଚନ୍ଦ୍ର ନାୟକ, ସଂପାଦକ ମିନିଷ୍ଟର ବାରିକ, କୋଷାଧ୍ୟକ୍ଷ ବିଜୟ ପ୍ରଧାନ ମନବୋଦ ନାୟକ, ମୋତିରାମ ସାହୁ, ହମିତ ପ୍ରଧାନ, ଭରତ ପଧାନ ସନାତନ ପ୍ରଧାନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।




