ଗଣେଶପୂଜାରେ ପୂର୍ବତନ ପାଲଲହଡ଼ା ବିଧାୟକ
ତାଳଚେର, ୨୨/୦୯ ତାଳଚେରର ପ୍ରସିଦ୍ଧ ଗଣେଶପୂଜା ଅବସରରେ ପୂର୍ବତନ ପାଲଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ତାଳଚେର ସହର ପରିଦର୍ଶନ କରିବା ସହିତ ସମସ୍ତ ମେଢ଼ ବୁଲି ଦେଖିଥିଲେ । ତାଳଚେର ଏମସିଏଲ ମେଡ଼ିକାଲ କଲେଜ ଚିକତ୍ସାଳୟର ପ୍ରତିଷ୍ଠା ନେଇ କେତେକ ରାଜନୈତିକ ଦଳ ଦେଉଥିବା ମିଥ୍ୟା ସୂଚନାର ପର୍ଦ୍ଦାଫାଶ କରିବାକୁ ଶ୍ରୀ ଦାସ ଏଥିରେ ସମସ୍ତ ନଥିପତ୍ର ଜଡ଼ିତ କାଗଜାତ ପ୍ରେସ୍କୁ ପ୍ରଦାନ କରିଥିଲେ । ଏଥିରେ ଉଲ୍ଲେଖ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟର ଆରମ୍ଭ ୧୯୮୯ ମସିହା ମାର୍ଚ୍ଚ ୪ତାରିଖରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବହ୍ଲଭ ପଟ୍ଟନାୟକ ଡ଼େରା କୋଲିୟରୀ ଗସ୍ତ ସମୟରେ ତାଳଚେରର ୫ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଶ୍ରୀ ଦାସ ଏବଂ କୋଇଲା ଖଣିର ଶ୍ରମିକ ପ୍ରତିନିଧିମାନେ ଦାବି ଜଣାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଂଟପଡ଼ା ଗ୍ରାମବାସୀଙ୍କ ସହ ଆଲେଚନା କରି ମେଡ଼ିକାଲ କଲେଜ ପାଇଁ ଜମି ଦେବାର ନିଷ୍ପତି ନିଆଯାଇଥିଲା । ।ଏମସିଏଲ କର୍ତୁପକ୍ଷ ନିର୍ମାଣ କାର୍ଯ୍ୟରେ ବିଳମ୍ବ କରିବାରୁ କେନ୍ଦୁଝର ବିଧାୟକ ହୃଷିକେଶ ନାୟକଙ୍କ ଜରିଆରେ ୧୯୯୦ ମାର୍ଚ୍ଚ ୧୪ ଏବଂ ୧୯୯୪ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ଉଠାଯାଇଥିଲା । ଏହାର ନିର୍ମାଣ ଓ ବିଳମ୍ବ ଯୋଗୁଁ ତାଳଚେର ଜନଆନ୍ଦୋଳନ ଓ ଗାଡ଼ିଚଳାଚଳ ବନ୍ଦ ହୋଇଥିଲା । ଏହାପରେ ପୂର୍ବତନ ଖଣି ଓ ଇଷ୍ପାତମନ୍ତ୍ରୀ ପ୍ରଫୁଲ ମଲ୍ଲୀକ, ପୂର୍ବତନ ସାଂସଦ ମହେଶ ସାହୁ ଓ ବିଧାୟକ ବ୍ରଜକିଶୋର ପ୍ରଧାନ, ସ୍ୱାସ୍ଥ୍ୟ ସଚିବ ଏବଂ ଏମସିଏଲ କର୍ତୁପକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନାର ପରିଚାଳନା ଦାୟୀତ୍ୱ ରାଜ୍ୟ ସରକାର ନେବେ ଏବଂ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବ ୧୯୮୦ ମସିହାରୁ ୨୦୦୦ ପର୍ଯ୍ୟନ୍ତ ୧୫ବର୍ଷ ବିଧାୟକଭାବେ ନିଷ୍ଠାର ସହ ଜନସାଧାରଣଙ୍କ ସେବା କରିଥିବା ଶ୍ରୀ ଦାସ ଦୋହରାଇଥିଲେ । ଏପରିକି ତାଳଚେର ଅଂଚଳରେ ରହିଥିବା ରାଣୀପାର୍କ, ନୂତନ ନିର୍ମାଣ ହେଉଥିବା ଦ୍ୱିତୀୟ ବ୍ରିଜ ଉପରେ ତାଙ୍କର ଭୂମିକା କ’ଣ ରହିଥିଲା ବୋଲି ସେ ଏହା ପ୍ରକାଶ କରିଥିଲେ ।



