ପ୍ରଫେସର ଚିତ୍ରା ଘୋଷଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଜେ ବି ଏନ, ୦୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଫେସର ଚିତ୍ରା ଘୋଷଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଫେସର ଚିତ୍ରା ଘୋଷଙ୍କର ଶିକ୍ଷାଦାନ ଏବଂ ସମାଜ ସେବା କ୍ଷେତ୍ରରେ ବିଶେଷ ଯୋଗଦାନ ରହିଛି । ନେତାଜୀ ବୋଷଙ୍କ ସମ୍ବନ୍ଧୀୟ ଫାଇଲଗୁଡିକୁ ସାର୍ବଜନୀନ କରିବା ପ୍ରସଙ୍ଗ ସମେତ ତାଙ୍କ ସହିତ ମୋର ଅନେକ ପ୍ରସଙ୍ଗରେ ହୋଇଥିବା ଆଲୋଚନାଗୁଡିକୁ ମୁଁ ସ୍ମରଣ କରୁଛି । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା ଜ୍ଞାପନ କରୁଛି । ଓମ୍ ଶାନ୍ତି। “



