
କରୋନା ମହାମାରୀ ଟୀକା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ
(ଜେ ବି ଏନ/ ସୁବ୍ରତ କୁମାର) ୧୪/୦୧/୨୦୨୧ ଢେଙ୍କାନାଳ : କରେନାକୁ ପ୍ରତିହତ କରିବା ପାଇଁ କୋଭିଢ ଟିକା ଭୁବନେଶ୍ୱରରେ ପହଞ୍ଚିବା ଆଜି ଢେଙ୍କାନାଳ ପାଇଁ ୫୦ ଟିକା ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି । ଜିଲ୍ଲାର ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀକୁ କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ସୁଜାତାରାଣୀ ମିଶ୍ର ପ୍ରକାଶ କରିଛନ୍ତି । ଦୀର୍ଘ ୯ ମାସ ଧରି ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀକୁ ରୋକିବା ପାଇଁ ବିଭିନ୍ନ ଦେଶରେ ବୈଜ୍ଞାନିକମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା ।
ବହୁ ପରୀକ୍ଷା ନିରୀକ୍ଷା ପରେ ଏବେ କରୋନା ଟିକା ବଜାରକୁ ଆସିଛି । ଓଡ଼ିଶାରେ ଏହି ଟିକା ପହଞ୍ଚିବା ପରେ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ୫୦ ଟିକା ଆଜି ସନ୍ଧ୍ୟା ୬ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ସୁଜାତାରାଣୀ ମିଶ୍ରଙ୍କ ସୂଚନା ଅନୁଯାୟୀ , ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ିରେ ଏହି କୋଭାସି ଟିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା କୋଡ୍ ଟିକାକରଣ ଗୃହରେ କର୍ମଚାରୀମାନେ ଏହି ଟିକାକୁ ନେଇ ରଖିଛନ୍ତି । ଜିଲ୍ଲାରେ ୭୭୨୯ ଜଣ କରୋନା ପଜିଟିଭ୍ ଟିକା ନେବାକୁ ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କରୋନା ପଜିଟିଭ୍ ହୋଇଥିବା ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ଏହି ଟିକା ଦିଆଯିବା ୧୬ ତାରିଖରୁ ମୁଖ୍ୟ ଚିକିତ୍ସାଳୟ , ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର କାଠଗଡ଼ା , ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଏବଂ ଅଁଳାବେରେଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଆରମ୍ଭ କରାଯିବା।



