କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମ ଦିନ ଅବସରରେ ୧୦୮ ଦ୍ଵୀପ ପ୍ରଜ୍ଜଳନ
ଅନୁଗୋଳ: ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ଅନୁଗୋଳ ଏଫ୍ସିଆଇ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶୁକ୍ରବାର ୧୦୮ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ଭକ୍ତମାନେ ଓ ଶୁଭେଚ୍ଛୁମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ ସହ ତାଙ୍କର ନିରନ୍ତର ଲୋକସେବା ପାଇଁ ପ୍ରାର୍ଥନା କରିଥିଲେ।
ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗଦେଇ ୧୦୮ ଦୀପ ପ୍ରଜ୍ଜ୍ୱଳନ କରିବା ସହ ପ୍ରାର୍ଥନାରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।



