Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
300ରୁ ଅଧିକ ପାଠ୍ୟକ୍ରମ ସହିତ 600 କେନ୍ଦ୍ରରେ ଆରମ୍ଭ ହେଲା ଯୋଜନା - Jagrat Bharat News

300ରୁ ଅଧିକ ପାଠ୍ୟକ୍ରମ ସହିତ 600 କେନ୍ଦ୍ରରେ ଆରମ୍ଭ ହେଲା ଯୋଜନା

 

300ରୁ ଅଧିକ ପାଠ୍ୟକ୍ରମ ସହିତ 600 କେନ୍ଦ୍ରରେ ଆରମ୍ଭ ହେଲା ଯୋଜନା

 

ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ମିଳିବ ଅଧିକ ଦାୟିତ୍ୱ ଓ ସହାୟତା

 

 

 

 

ଜେ ବି ଏନ, ୧୬/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭାରତର ଯୁବପିଢ଼ିଙ୍କୁ ନିଯୁକ୍ତିଭିତ୍ତିକ ଦକ୍ଷତା ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ସଂସ୍କରଣ (ପିଏମକେଭିୱାଇ-3.0) ଆରମ୍ଭ କରାଯାଇଛି। ଦକ୍ଷତା ବିକାଶକୁ ଅଧିକ ଚାହିଦା ଆଧାରିତ ଏବଂ ବିକେନ୍ଦ୍ରିକୃତ କରିବାର ଲକ୍ଷ୍ୟ ନେଇ ପାଖାପାଖି 600 ଜିଲ୍ଲାରେ 300ରୁ ଅଧିକ ଦକ୍ଷତା ପାଠ୍ୟକ୍ରମ ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

 

କେନ୍ଦ୍ର ଏମଏସଡିଇ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ପିଏମକେଭିୱାଇ 3.0ର ଶୁଭାରମ୍ଭ ଏକ ଭର୍ଚୁଆଲ ସମାରୋହରେ କରିଥିବା ବେଳେ ଏଥିରେ ଏମଏସଡିଇ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଆରକେ ସିଂ ଉପସ୍ଥିତ ଥିଲେ। ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସମର୍ଥନ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପିଏମକେଭିୱାଇ 3.0 ଢାଞ୍ଚାକୁ ଉଭୟ ବିଶ୍ୱ ଏବଂ ସ୍ଥାନୀୟ ସ୍ତରରେ ବଦଳୁଥିବା ଚାହିଦାକୁ ଦେଖି ପ୍ରସ୍ତୁତ କରାଯାଇଛି।

 

 

 

28ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର 717ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ପିଏମକେଭିୱାଇ 3.0 ହେଉଛି ‘ଆତ୍ମନିର୍ଭର ଭାରତ’ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପିଏମକେଭିୱାଇ 3.0କୁ ଅଧିକ ବିକେନ୍ଦ୍ରିକୃତ ଢାଞ୍ଚାରେ କାର୍ଯ୍ୟକାରୀ କରାଯିବ ଏବଂ ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଓ ଜିଲ୍ଲାଗୁଡ଼ିକୁ ଅଧିକ ଦାୟିତ୍ୱ ଓ ସହାୟତା ଯୋଗାଇ ଦିଆଯିବ। ଦକ୍ଷତା କ୍ଷେତ୍ରରେ ରହିଥିବା ଅଭାବ ଦୂର କରିବା ଏବଂ ଜିଲ୍ଲା ସ୍ତରରେ ଚାହିଦା ଆକଳନ କରିବା କ୍ଷେତ୍ରରେ ରାଜ୍ୟ ଦକ୍ଷତା ବିକାଶ ମିଶନ (ଏସଏସଡିଏମ)ର ମାର୍ଗଦର୍ଶନରେ ଜିଲ୍ଲା ଦକ୍ଷତା ସମିତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଆକାଂକ୍ଷୀ ଭାରତର ଆଶାଆକାଂକ୍ଷାକୁ ପୂରଣ କରିବା ଲାଗି ନୂଆ ଯୋଜନା ଅଧିକ ପ୍ରଶିକ୍ଷାର୍ଥୀ ଏବଂ ଶିକ୍ଷାର୍ଥୀ କୈନ୍ଦ୍ରିକ ହେବ।

 

ଦେଶରେ ଦକ୍ଷତା ଇକୋସିଷ୍ଟମକୁ ସୁଦୃଢ଼ କରିବା କ୍ଷେତ୍ରରେ ପିଏମକେଭିୱାଇ 2.0 ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବର୍ତ୍ତମାନ ପିଏମକେଭିୱାଇ 3.0 ମାଧ୍ୟମରେ ଚାହିଦା ଆଧାରିତ ଦକ୍ଷତା ବିକାଶ, ଡିଜିଟାଲ ପ୍ରଯୁକ୍ତି ଏବଂ ଇଣ୍ଡଷ୍ଟ୍ରି 4.0 ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇ ଦେଶର ଦକ୍ଷତା ବିକାଶ କ୍ଷେତ୍ରକୁ ଏକ ନୂତନ ସୋପାନକୁ ନେଇଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାରଙ୍କର ବିକାଶ ଆଭିମୁଖ୍ୟ ‘ଆତ୍ମନିର୍ଭର ଭାରତ’ ଏବଂ ‘ଭୋକାଲ ଫର ଲୋକାଲ’ ସଂଳକ୍ପ ଦ୍ୱାରା ପରିଚାଳିତ ହେଉଛି। ଏହାକୁ ଦୃଷ୍ଟିରେ ରଖି, ପିଏମକେଭିୱାଇ 3.0 ମାଧ୍ୟମରେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇ ଆବଶ୍ୟକ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରୟାସ କରାଯାଉଛି। ପୂର୍ବ ପ୍ରଶିକ୍ଷଣକୁ ମାନ୍ୟତା (ଆରପିଏଲ) ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା କାରଣରୁ ପିଏମକେଭିୱାଇ 2.0 ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ବିସ୍ତାରିତ କରିପାରିଥିଲା। ବର୍ତ୍ତମାନ ପିଏମକେଭିୱାଇ 3.0ରେ ଚାହିଦା-ଯୋଗାଣ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯିବା ସହିତ ନୂତନ ଯୁଗର ଦକ୍ଷତା ବିକାଶ ଏବଂ ଶିଳ୍ପ 4.0 ରୋଜଗାର ଭୂମିକାକୁ ପ୍ରୋତ୍ସାହନ ଦିଆଯିବ।

 

ପୂର୍ବରୁ ଜାତୀୟ ଶିକ୍ଷା ନୀତିରେ ଏକ ସାମଗ୍ରିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତିଭିତ୍ତିକ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ବର୍ତ୍ତମାନ ପିଏମକେଭିୱାଇ 3.0 ମାଧ୍ୟମରେ ଯୁବାବସ୍ଥାର ଆଦ୍ୟ ଭାଗରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ଶିଳ୍ପ ସଂଯୁକ୍ତ ଅବସରଗୁଡ଼ିକର ଲାଭ ଉଠାଯାଇପାରିବ।

 

 

 

ମାନନୀୟ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ ଜିଲ୍ଲାସ୍ତରରେ ଦକ୍ଷତା ବିକାଶ ଇକୋସିଷ୍ଟମକୁ ସମ୍ପ୍ରସାରିତ କରିବା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର ‘ଭୋକାଲ ଫର ଲୋକାଲ’ ଓ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ କରାଯାଇପାରିବ। ଯୁବ ରାଷ୍ଟ୍ର ଭାବେ ଆମେ ଏପରି ଅବସରଗୁଡ଼ିକର ଲାଭ ଉଠାଇବା ଲାଗି ପ୍ରୟାସ କରୁଛୁ ଯାହା ଭାରତକୁ ବିଶ୍ୱ ଦକ୍ଷତା ବିକାଶର ରାଜଧାନୀରେ ପରିଣତ କରିବ। ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ, ପିଏମକେଭିୱାଇ 3.0 ସ୍ଥାନୀୟ ସ୍ତରରେ ଚାହିଦା ଥିବା ରୋଜଗାର ସୁଯୋଗଗୁଡ଼ିକୁ ଚିହ୍ନଟ କରିବ ଏବଂ ଏସବୁ ସୁଯୋଗ ସହିତ ଯୋଡ଼ି ଯୁବପିଢ଼ିଙ୍କୁ ତାଲିମ ଦେବ।”

 

ଏହି ଯୋଜନା ଅଧୀନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନୁଧ୍ୟାନ ଲାଗି ଜିଲ୍ଲା ପ୍ରଶାସନ ଏବଂ ସାଂସଦମାନଙ୍କର ଅଧିକ ଭୂମିକା ରହିବ ଯାହାକି ସ୍ଥାନୀୟ ସମ୍ପର୍କ ସ୍ଥାପନକୁ ଅଧିକ ସୁଦୃଢ଼ କରିବ। ଏହି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯିବ। ଅଧିକ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟକୁ ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

 

କେନ୍ଦ୍ର ଦକ୍ଷତା ବିକାଶ ଉଦ୍ୟମିତା, ଶକ୍ତି, ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆରକେ ସିଂ ଏହି ଅବସରରେ କହିଥିଲେ ଯେ ଦକ୍ଷତା ବିକାଶ ଏକ ଲକ୍ଷ୍ୟ ନୁହେଁ ବରଂ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ଜରୁରି ଆବଶ୍ୟକତା। ଭାରତକୁ ବିଶ୍ୱ ଦକ୍ଷତା ବିକାଶର ରାଜଧାନୀ ଏବଂ ସେଠାରୁ ଶିଳ୍ପ ରାଜଧାନୀରେ ପରିଣତ କରିବାର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମକୁ ଅଧିକ ଦ୍ରୁତ ଏବଂ ବ୍ୟାପକ ଭାବେ ପ୍ରୟାସ କରିବାକୁ ହେବ।

 

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସଂସଦର ସଦସ୍ୟଗଣ ଏବଂ ଛଅଟି ରାଜ୍ୟର ଦକ୍ଷତା ବିକାଶ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଉତ୍ତର ପ୍ରଦେଶର ମେରଟ, ମଧ୍ୟପ୍ରଦେଶର ସତନା, ଦକ୍ଷିଣ ଦିଲ୍ଲୀର ମିଠାପୁର ଓ ବଦରପୁର, ଓଡ଼ିଶାର କଟକସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ)ର ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିବା ସହିତ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ସେମାନେ ଦକ୍ଷତା ବିକାଶ ତାଲିମ କିପରି ଭାବେ ସେମାନଙ୍କ ଜୀବନକୁ ବଦଳାଇ ଦେଇଛି ଏବଂ ସେମାନେ ନିଜର ଲକ୍ଷ୍ୟ ହାସଲର ନିକଟତର ହୋଇପାରିଛନ୍ତି ସେ ସମ୍ପର୍କରେ କହିଥିଲେ। ସେମାନଙ୍କର କେନ୍ଦ୍ରରେ ଅତିରିକ୍ତ ପ୍ରଶିକ୍ଷଣ ପାଠ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ସେମାନେ ମୁକ୍ତ ଭାବେ ମତ ରଖିଥିଲେ।

 

ସ୍ଥାନୀୟ ଚାହିଦାକୁ ପୂରଣ କରିବାରେ ସହାୟକ ହେଉଥିବା ଅତିରିକ୍ତ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଉଭୟ ମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦ ଏବଂ ପିଏମକେକେ କର୍ତ୍ତୃପକ୍ଷ ପିଏମକେଭିୱାଇ 1.0 ଓ 2.0ର ସଫଳତା ପାଇଁ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ। ‘ଭୋକାଲ ଫର ଲୋକାଲ’ ଲକ୍ଷ୍ୟ ନେଇ ଏହାର ନୂଆ ସଂସ୍କରଣ ସ୍ଥାନୀୟ ପ୍ରତିଭାର ଏକ ଭଣ୍ଡାର ସୃଷ୍ଟି କରିବ ଏବଂ ଏହା ଶିଳ୍ପ ଜଗତର ଚାହିଦାକୁ ପୂରଣ କରିବାରେ ସହାୟକ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରଣାଳୟର ସଚିବ ଶ୍ରୀ ପ୍ରବୀଣ କୁମାର, ଅତିରିକ୍ତ ସଚିବ ଶ୍ରୀ ଅତୁଲ କୁମାର ତିୱାରି, ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ମନୀଷ କୁମାର ପ୍ରମୁଖ ସାମିଲ ହୋଇଥିଲେ। ଏନଏସଡିସିର ଅଧ୍ୟକ୍ଷ ତଥା ଏଲଆଣ୍ଡଟିର ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଏଏମ ନାୟକ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସହିତ ଦେଶରେ ଦକ୍ଷତା ଇକୋସିଷ୍ଟମ ବିକଶିତ କରିବାରେ ଏନଏସଡିସିର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ମୁମ୍ବାଇଠାରେ ଏଲଆଣ୍ଡଟି ସ୍କିଲ ଟ୍ରେନର୍ସ ଏକାଡେମୀ ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରିଥିଲେ।

 

8ଟି ସଂସଦୀୟ କ୍ଷେତ୍ରର ସାଂସଦମାନେ ଦୁଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ରାଜ୍ୟରେ ଦକ୍ଷତା ବିକାଶ ପ୍ରୟାସ ଉପରେ ଆଲୋକପାତ କରିବା ସହିତ ପିଏମକେଭିୱାଇର ତୃତୀୟ ସଂସ୍କରଣକୁ ସ୍ୱାଗତ ଜଣାଇଥିଲେ। ଏହାଛଡ଼ା ଗୁଜରାଟ, ଓଡ଼ିଶା, ଆସାମ, ହରିୟାଣା, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଆଦି ଛଅଟି ରାଜ୍ୟର ଦକ୍ଷତା ବିକାଶ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନାର ସଫଳତା କାମନା କରିଥିଲେ।

 

 

 

 

 

 

 

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech