ଫେବୃଆରୀ ୧ ତାରିଖରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଗତବର୍ଷ ମାର୍ଚ୍ଚ ମାସରୁ ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲା ଯିବ । ତେବେ କଣ୍ଟନମେଣ୍ଟ ଜୋନ ମଧ୍ୟରେ ଥିବା କେନ୍ଦ୍ରଗୁଡ଼ିକ ବନ୍ଦ ରହିବ । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମାସରେ ୨୫ ଦିନ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବ । ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଜାରି ରହିବ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।




