୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପାହ୍ୟା

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଓଡ଼ିଶା ପୋଲିସ ଇନ୍ସପେକ୍ଟର ରାଂକରେ ବଡ଼ଧରଣର ପଦୋନ୍ନତି କରାଯାଇଛି । ବିଭିନ୍ନ ଥାନାରେ କାର୍ଯ୍ୟରତ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ମିଳିଛି । ଏ ନେଇ ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଡିଏସ୍ ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କ ମଧ୍ୟରୁ କଟକ – ଭୁବନେଶ୍ଵର କମିଶନରେଟ୍ ପୋଲିସର ୧୪ଜଣ ରହିଛନ୍ତି । ସେମାନେ ହେଲେ ଭୁବନେଶ୍ବରର ଖାରବେଳ ନଗର ଥାନା ଇନ୍ସପେକ୍ଟର ଅରୁଣ ସ୍ବାଇଁ , ନୟାପଲ୍ଲୀ ଥାନାର ଶରତ କୁମାର ସାହୁ , ଏୟାରଫିଲ୍ଡ ଥାନାର ଦୀପକ ମିଶ୍ର , କ୍ୟାପିଟାଲ ଥାନାର ଗିରିଜା ଶଙ୍କର ଚକ୍ରବର୍ତ୍ତୀ , ଲକ୍ଷ୍ମୀସାଗର ଥାନାର ଭରତ ସାହୁ , ସିପି ଅଫିସ୍ ଅମିତାଭ ତ୍ରିପାଠୀ ଓ ମାନସୀ ପାତ୍ର । ସେହିପରି କଟକ ସହରାଞ୍ଚଳର ସ୍ପେଶାଲ ସ୍ନାଚ୍ ଇନ୍ସପେକ୍ଟର ଅଜୟ କୁମାର ଦାସ ,
ଚାଉଳିଆଗଞ୍ଜ ଥାନା ଇନ୍ସପେକ୍ଟର ତାପସ ରଞ୍ଜନ ପ୍ରଧାନ , ଫେଜ୍ – ୨ ଥାନା ଇନ୍ସପେକ୍ଟର ବିଜୟିନୀ ସିଂହ , ଲାଲବାଗ ଥାନାର ଆଶୁତୋଷ ମିଶ୍ର , ବିଡାନାସୀ ଥାନାର ଏସ୍.ଏନ୍ ତିୱାରୀ , କନ୍ଦରପୁର ଥାନାର ସତ୍ୟଜିତ୍ ଦାସ ଓ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଡିଏସ୍ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ନୂତନ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନର ସ୍ଥାନରେ କାର୍ଯ୍ୟ କରିବେ
।



