ସନ୍ଧେହ ଜନକ ପରିସ୍ଥିତି ରେ ଜଙ୍ଗଲ।ଭିତରେ ଜଣେ ବ୍ୟକ୍ତି ଙ୍କ ମୃତଦେହ ଠାବ

ଜେ ବି ଏନ, ୦୨/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ ଗୋପୀନାଥପୁର ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।ମିଳିଥିବା ସୂଚନା ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ଜଣେ ବ୍ୟକ୍ତି ଙ୍କ ମୃତଦେହ ଠାବ ପରେ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ସେପଟେ ମୃତ ଦେହ ନିକଟରେ ଏକ ସାଇକେଲ ପଡିଥିବା ଓ ଏହା ମଧ୍ୟ ପୋଡି ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ କିଭଳି ଏହି ଘଟଣା ଘଟିଲା ସେ ନେଇ ସ୍ପଷ୍ଟଭାବେ ଜଣା ପଡିନାହିଁ । ସମ୍ପୃକ୍ତ ବ୍ୟକ୍ତି ଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତ ଦେହ ପୋଡି ଦିଆଯାଇଛି କିମ୍ବା କୌଣସି ଅଘଟଣ ଯୋଗୁଁ ନିଆଁ ସଂସ୍ପର୍ଶରେ ଆସି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ତେବେ
ପୋଲିସ ତଦନ୍ତ ପରେ ଘଟଣା ଉପରୁ ପରଦା ଉଠି ପାରିବ ବୋଲି ଆଲୋଚନା ହେଉଛି । ସେପଟେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାଁ ସୁଶାନ୍ତ ରାଉଳ ଓ ତାଙ୍କ ଘର ଆଠମଲ୍ଲିକ ଅଞ୍ଚଳରେ ବୋଲି ଜଣାପଡିଛି। ସେ ଦୀର୍ଘ ଦିନ ହେବ କାଣ୍ଡସର ଅଞ୍ଚଳରେ ବାସକରୁଥିଲେ। ନାଲକୋ ମୁଣ୍ଡା ହଟିଙ୍ଗି ଅଞ୍ଚଳରେ ଏକ ରାସନ ଦୋକାନ କରି ପରିବାର ପ୍ରତି ପୋଷଣ କରିଆସୁଥିଲେ । ତେବେ ସୁଶାନ୍ତ ଦୀର୍ଘ ୧୨ଦିନ ହେବ ନିଖୋଜ ଥିବା ବେଳେ ଏ ନେଇ ପରିବାର ଲୋକ ଙ୍କ ପକ୍ଷରୁ ନାଲକୋ ଥାନାରେ ଏକ ଏତଲା ଦିଆଯାଇଥିଲା।




