
ସେକ୍ରେଟାରୀ ବିରୋଧରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ
ଜେ ବି ଏନ (ସୁଶାନ୍ତ କୁମାର/ଶୁଭମ ପାଣି) ୦୨/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ର ଦୁଇଟି ଗ୍ରାମପଞ୍ଚାୟତ ର ଚାଷୀ ଧାନ ସଂଗ୍ରହ ର ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ।ସୂଚନା ମୁତାବକ ଡମୋଳ ଓ ମୁଣ୍ଡେଇଲୋ ଦୁଇଟି ଗ୍ରାମପଞ୍ଚାୟତ ର ଚାଷୀ ମାନେ ନିଜର ଧାନ ବିକ୍ରି ହେଇପାରି ନଥିବାରୁ ସେକ୍ରେଟାରୀ ବ୍ରହ୍ମାନନ୍ଦ ନାୟକ ବିରୋଧ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ ବ୍ରହ୍ମାନନ୍ଦ ନିଜର ସମ୍ପର୍କୀୟ ଓ ପଇସା କାରବାର କରି ଟୋକନ ରେ(୩୦୦ ରୁ ୪୦୦ ନମ୍ଵର୍ ଟୋକନ କୁ ପଛରେ ପକାଇ ୫୦୦ ରୁ ଉର୍ଦ୍ଧ୍ଵରେ ଥିବା ଟୋକନ) ହେରଫେର କରି ଧାନ କ୍ରୟ କରୁଛନ୍ତି। ପୂର୍ବେ ଥିବା ଟୋକନ ଗୁଡିକ ପଡିରହିଛି।
ଏହିପ୍ରକାର ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ଅଫିସ କୁ ଆସି ଏଡିଏମ (ADM) ଶ୍ରୀ ଶଶାଙ୍କ ଶେଖର ଦାସ ଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।



