
ବାଲ୍ୟ ବିବାହ ରୋକିଲା ଅନୁଗୋଳ ଚାଇଲ୍ଡ ଲାଇନ
(ଜେ ବି ଏନ /ଚୈତନ୍ୟ ସାହୁ) ୧୦/୦୩/୨୦୨୧ ଅନୁଗୋଳ : କିଶୋରନଗର ବ୍ଲକ୍ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଏକ ବାଲ୍ୟ ବିବାହ ତା ୧୧/୦୩/୨୦୨୧ ରେ ହେବାର ଥିଲା ତୁରନ୍ତ ଖବର ପାଇ ଅନୁଗୋଳ ଚାଇଲ୍ଡ ଲାଇନ ର ଟିମ୍ ମେମ୍ବର ଅଭିଷେକ ମହାପାତ୍ର ରଶ୍ମିତା ପ୍ରଧାନ କିଶୋର ନଗର ବ୍ଲକ୍ ର CDPO ଶ୍ରୀମତୀ ସୁବସିନି ମହାଳିକ ଆଇସିଡିସି ପରିଦୋର୍ଶିତା ରଶ୍ମିତା ସାହୁ ଅଙ୍ଗନୱାଡ଼ି କର୍ମୀ ପୁଷ୍ପାଞ୍ଜଳି ସାହୁ ହଣ୍ଡପା ଥାନା ଅଧିକାରୀ ବ୍ରହ୍ମାନନ୍ଦ ସାହୁ (Asi)ସମସ୍ତେ ଯାଇ ତାଙ୍କ ଘରକୁ ଯାଇଥିଲେ । ଝିଅଟିର ବୟସ ୧୬ ବର୍ଷ ହେଇଥିଲା ଝିଅଟି କୁ ଓ ପରିବାର ସଦସ୍ୟ ମାନଙ୍କୁ ବାଲ୍ୟ ବିବାହ ନ କରିବାକୁ ବୁଝାଇ ଥିଲେ । ବିଗତ କିଛି ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ବନ୍ଦ ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ସୂଚନା ଦିଆଯାଇଛି । ବାଲ୍ୟ ବିବାହ ହେଉଥିଲେ ଉକ୍ତ ବିବାହ କରିଥିବା ବ୍ରାହ୍ମଣ ତେଣ୍ଟ ହାଉସ ମାଲିକ ଓ ସହଯୋଗ କରିଥିବା ଲୋକମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟ।ନୁ ଷ୍ଟ।ନ ଗ୍ରହଣ କରାଯିବ ବାଲ୍ୟ ବିବାହ ରକିବାକୁ ପ୍ରତି ପଞ୍ଚାୟତ ରେ ସଚେତନ କାର୍ଯ୍ୟ କ୍ରମ କରାଯାଉଛି ଉକ୍ତ ବିବାହ ରେ ପାରିବା ର ଲୋକ ସରକାରଙ୍କ ସମସ୍ତ ନିୟମ ବିଷୟରେ ଜାଣିବା ପରେ ସେ ମଧ୍ୟ ସମସ୍ତ ଙ୍କ ଉପସ୍ଥିତିରେ ଏକ ଲିଖିତ ଚୁକ୍ତି ନାମ। ସ୍ୱାକ୍ଷର କଲେ ତାଙ୍କ ଝିଅକୁ ୧୮ ବର୍ଷ ହେଲା ପରେ ବିବାହ କରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)


