(- ଆଶୀର୍ବାଦ ସେବା ସଂଗଠନ ଜରିଆରେ ଜିଲ୍ଲା ସାମାଜିକ ସୁରକ୍ଷା ପକ୍ଷରୁ ଅରକ୍ଷିତ କୁ ଟ୍ରାଇସାଇକେଲ ପ୍ରଦାନ

)
ଜଗତସିଂହପୁର
ତା =24/2/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର ଅରକ୍ଷିତ ଚାନ୍ଦ ଜଣେ ଅସହାୟ ଭିନ୍ନକ୍ଷମ ଅଟନ୍ତି। ଚାଲିବା ପାଇଁ ସିଏ ଅସମର୍ଥ | ହେଲେ ଅରକ୍ଷିତ ନିଜ ଗାଁ ଛାଡି କିଛି ମାସ ହେବ ସ୍ଥାନୀୟ ଦେଉଳି ଗ୍ରାମେଶ୍ଵର ଗ୍ରାମର ପାଲା ମଣ୍ଡପରେ ରାତ୍ରୀ ଯାପନ କରୁଛନ୍ତି। । ଅରକ୍ଷିତ ଙ୍କ ରୋଜଗାର କହିଲେ କିଛି ନାହିଁ ଯିଏ ଗଣ୍ଡେ ଖାଇବା ପିଇବାକୁ ଦେଲେ ସେଥିରେ ଚଳି ଯାଆନ୍ତି | କିଛି ଦିନ ତଳେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଖବର ପାଇ ଅରକ୍ଷିତ ନିକଟରେ ପହଁଚିଥିଲେ ସହଯୋଗ କରିବା ପାଇଁ ସମ୍ପୂର୍ଣ ଘଟଣା ବିଷୟ ରେ ସବୁ ଜାଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିବେଦନ କରିଥିଲେ ଭିନକ୍ଷମ ଅରକ୍ଷିତ ଙ୍କୁ ଟ୍ରାଇସାଇକେଲ ଦେବା ପାଇଁ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକ ଭିନ୍ନକ୍ଷମ ଅରକ୍ଷିତ ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିବା ସହିତ ମାସିକ ଭତ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକ ଙ୍କ ସମେତ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ସରୋଜ ସ୍ବାଇଁ ନିରୁପମା ପରିଡ଼ା ସିମା ଭୋଇ ପ୍ରଦିପ ଦାସ ଉପସ୍ଥିତ ଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




