ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର ।
ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସା ଲୟକୁ ସ୍ଥାନାନ୍ତର ।
ଗୋଳାମୁଣ୍ଡା
ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ ବନ୍ଧାଗାଁ ନଦୀ ବ୍ରିଜରୁ ଏକ ଦଶ ଚକା ହାଇବା ଗାଡି ଖସିପଡିଥିବା ବେଳେ ଡ୍ରାଇଭର ଓ ହେଲ୍ପର ଗୁରୁତର ଥିବା ଜଣାପଡିଛି । ବନ୍ଧାଗାଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ସୂଚନାରୁ ପ୍ରକାଶ ଯେ ଗାଡି ନଂ ଓଡ଼ି୦୮ ଜି ୨୩୩୩ ବନ୍ଧାଗାଁ ରୁ ଭବାନୀପାଟଣା ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ଉପରୁ ନଦୀରେ ଖସିପଡିଥିଲା । ଡ୍ରାଇଭର ଟିର ନାମ ମିଥୁନ ହୋଇଥିବା ବେଳେ ହେଲ୍ପର ନାମ ପୁରୁଷୋତ୍ତମ ମାଝୀ ବୋଲି କହୁଥିବା ବେଳେ ଠିକଣାର ସଠିକ ତଥ୍ୟ ମିଳି ନ ଥିବା ଜଣାପଡିଛି । ହାଇବା ଗାଡିଟି ଭବାନୀପାଟଣାର ଟୁକୁ ପଣ୍ଡାର ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି । ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବାରୁ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ news




