*( ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ଠାରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ



)
ଜଗତସିଂହପୁର
ତା =19/3/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ ଠାରେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ବୟୋଜ୍ୟେଷ୍ଠ ନେତୃବୃନ୍ଦ, ମା, ମାଉସୀ, ଓ ଯୁବଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଆଳିପିଙ୍ଗଳ କାଠପୋଲ ଠାରୁ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ମାନଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରା ରେ ଯୁବ ନେତା ଅମରେନ୍ଦ୍ର ଦାସ ଙ୍କୁ ଆଳିପିଙ୍ଗଳ ବନ୍ଧୁ ମିଳନ ସଭା ନିକଟକୁ ପାଛୋଟି ନେଇ ଥିଲେ l ସମସ୍ତ ଅତିଥି ମାନଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇ ଥିଲା l
ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବ୍ଲକ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ | ଜଗତସିଂହପୁର ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ,| ଆଳିପିଙ୍ଗଳ ପଞ୍ଚାୟତ ବିଜୁ ଜନତାଦଳ ପୂର୍ବତନ ସଭାପତି ଧୋବେଇ ଚରଣ ସ୍ୱାଇଁ,| ଆଳିପିଙ୍ଗଳ ପଞ୍ଚାୟତ ଯୁବ ସଂଗଠକ ସଞ୍ଜୟ ପଲେଇ |, ଜଗତସିଂହପୁର ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷ ବରୋଦା ପ୍ରସନ୍ନ ରାୟ | ବିଶିଷ୍ଠ ଶିକ୍ଷାବିତ ବିଦୁଭୂଷଣ ତ୍ରିପାଠୀ |, ଶାଳଜଙ୍ଗ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଉତ୍ତମ ପୃଷ୍ଟି, | ରମେଶ ମହାପାତ୍ର, ସ୍ମୃତି ରଞ୍ଜନ ମିଶ୍ର, ପଲ୍ଲୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଲିପା ସାହୁ, ଆଳିପିଙ୍ଗଳ ପଂଚାୟତ ର ପୂର୍ବତନ ସରପଞ୍ଚ ନିର ବେହେରା |
ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ଅତିଶ ସ୍ୱାଇଁ, ପୂର୍ବତନ ପାରିଷଦ ସୁଶାନ୍ତ ରଞ୍ଜନ ସ୍ୱାଇଁ ସମୀର ସାହାଣୀ ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)