ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ନବବର୍ଷ ପାଳିତ









ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ଓଡ଼ାପଡ଼ା ବ୍ଲକର ୨୮ଟି ପଞ୍ଚାୟତର ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
ମେରାମଣ୍ଡଳୀ, ଏପ୍ରିଲ 14, 2023- ଟାଟା ଷ୍ଟିଲ ମେରାମାଣ୍ଡଳି ପକ୍ଷରୁ ଓଡାପଡା ବ୍ଲକ କୁଶୁପଙ୍ଗାଠାରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଛି।
ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକା ତଥା କବି ଡ. ହିରଣମୟୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ରତିନିଧି ଡିଆରଆଇର ମୁଖ୍ୟ ବିଦ୍ୟା ପ୍ରସାଦ ଓ ଟିଏସକେ ଓ ଟିଏସଏମର କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ତଥା ସଂଗୀତ ଶିକ୍ଷୟତ୍ରୀ ଶିବାନୀ ପ୍ରୟଦର୍ଶିନୀ ନନ୍ଦ ଓ ନୃତ୍ୟ ଶିକ୍ଷକ ଜୀତେନ୍ଦ୍ର ଷଣ୍ଢଙ୍କୁ ଅତିଥିମାନେ ପୁରସ୍କ୍ରତ କରିଥିଲେ।
ଏନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ସପ୍ତାହ ବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଓଡାପଡା ବ୍ଲକର ୨୮ଟି ପଞ୍ଚାୟତ ଓ ଆଖପାଖ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ସଂସ୍କୃତି, ଇତିହାସ ଓ ପରମ୍ପରା ଉପରେ ପିଲାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ଆୟୋଜିତ ଗୀତ, ନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ସଭାରେ ଶ୍ରୀ ମହାପାତ୍ର ପାଶ୍ଚାତ୍ୟ ପ୍ରଭାବର ପ୍ରଭାବକୁ ହ୍ରାସ କରିବା ସହିତ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସାଂସ୍କୃତିକ ବିଶ୍ୱାସ ଓ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ଡ. ମିଶ୍ର ଓଡ଼ିଆ ନବବର୍ଷର ସାଂସ୍କୃତିକ ମହତ୍ତ୍ୱ, ପଣା, ଚଉରାରେ ବସୁନ୍ଧରା ଠେକାର ପରମ୍ପରା, ପ୍ରକୃତି ଓ ଧାର୍ମିକ ବିଶ୍ୱାସ ସହ ଏହାର ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭାଷା ଓ ସାଂସ୍କୃତିକ ପରିଚୟକୁ ସମ୍ମାନ ଦେବା ସହ ସମ୍ଡଦ୍ଧ କରିବାକୁ ଆହ୍ବାନ ଦେଇଥିଲେ।
ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।




