
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଛେଳିଆ ଗ୍ରାମବାସୀ
ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଯୁକ୍ତି ବିଳମ୍ବ ହେତୁ ଛେଳିଆ ଗ୍ରାମବାସୀ ଙ୍କ ଗଣଧାରଣା । ସୂଚନା ଯେ ଅନୁଗୋଳ ଜିଲ୍ଲା କନିହା ବ୍ଲକ ଅନ୍ତର୍ଗତ ଛେଳିଆ ଗ୍ରାମବାସୀ ଙ୍କର୍ ଜାଗା କଣିହାଁ ମାଇନ୍ସ ଅଧିଗ୍ରହଣ କରିଛି । କିନ୍ତୁ ଆଜକୁ ପାଞ୍ଚ ରୁ ଛଅ ବର୍ଷ ହେବ ଥଇଥାନ ଓ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳି ନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ଗଣ ଧାରଣା ଦେଇଛନ୍ତି । ଏ ନେଇ ଗଣ ଧାରଣା ଦେଇଥିବା ଧାରଣକାରୀ ଙ୍କ ସହ ଆଲୋଚନା କଲେ ଆମ ପ୍ରତିନିଧି ରାଜେଶ ପାତ୍ର ।





