
ରାମିମୁଣ୍ଡା ଗ୍ରାମ୍ୟ ଇଷ୍ଟଦେବୀଙ୍କ ମନ୍ଦିର ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ
ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଳକ ଅନ୍ତର୍ଗତ ରାମିମୁଣ୍ଡା ଗ୍ରାମ୍ୟ ଇଷ୍ଠଦେବୀଙ୍କ ମନ୍ଦିର ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ତାଙ୍କ ସହ ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ୨୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମୀରା ଗଡ଼ନାୟକଙ୍କ ଗ୍ରାମବାସୀ ଉପସ୍ଥିତ ଥିଲେ। ଶହ ଶହ ଲୋକମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।





