
ଉପ-ବାଚସ୍ପତିଙ୍କ କରକମଳରେ ପଞ୍ଚାୟତ ଗୃହର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଗୃହ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାନ୍ତରାପୁର ମୌଜା ର ଖାତା ନଂ : ୩୫୧, ପ୍ଲଟ ନଂ : ୨୧୪୦ ସରକାରୀ ଜାଗାରେ ଏହି ପଂଚାୟତ ଗୃହ ନିର୍ମାଣ ହେବାକୁ ଯାଉଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ପଂଚାୟତ ଗୃହର ଭୂମି ପୂଜନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ୨୮ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମୀରା ଗଡନାୟକ, ସାନ୍ତରାପୁର ‘ଖ’ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିର୍ମଳ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଚ୍ଛନ୍ଦ କୁମାର ବେହେରା, ସାନ୍ତରାପୁର ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦେବରାଜ ସାହୁ, ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତବାସୀ ପ୍ରମୁଖ ଉପସ୍ଥିତ ଥିଲେ।





