( ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘ ପକ୍ଷରୁ ଚାରି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ )
ଜଗତସିଂହପୁର
ତା =12/7/23
ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘ ଜଗତସିଂହପୁର ଜ଼ିଲ୍ଲା ଶାଖା ତରଫରୁ ଚାରିଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ମୁଖ୍ୟ ଦାବି ଗୁଡିକ ମଧ୍ୟରେ ସମାନ ଗ୍ରେଡ଼ ପେ ଆଧାର ରେ ସମସ୍ତ ବର୍ଗକୁ ସମାନ ଦରମା ପ୍ରଦାନ | ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ପେନସନ ପରିସର ଭୁକ୍ତ କରିବା | ସମସ୍ତ କର୍ମଚାରୀ ମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଓ ବାଦ ପଡ଼ିଥିବା କର୍ମଚାରୀ ମାନଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଆଦି ଚାରି ଦଫା ଦାବିରେ ଶତାଧିକ କର୍ମଚାରୀ ସ୍ଥାନୀୟ କଲେଜ ଛକ ଠାରୁ ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ନିଖିଳ ଓଡିଶା ଅଧ୍ୟାପକ, କର୍ମଚାରୀ ସଂଘ ଜଗତସିଂହପୁର ଜ଼ିଲ୍ଲା ସଭାପତି ସୁକାନ୍ତ କୁମାର ମହାନ୍ତି | ସାଧାରଣ ସମ୍ପାଦକ ସୁଧୀର କୁମାର ମହାନ୍ତି, ଭାରତୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
