( ସୁସାହିତିକ ଗଗନ ବିହାରୀ ବିଶ୍ୱାଳ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୁତିସଭା ଅନୁଷ୍ଠିତ )
ଜଗତସିଂହପୁର
ତା =8/10/23
ଜଗତସିଂହପୁର ମାଟି ମା ପାଣି ପବନ ର ସୁଯୋଗ୍ୟ ସନ୍ତାନ, ଜଗତସିଂହପୁର ଜ଼ିଲ୍ଲା ର ବରଣ୍ୟପୁତ୍ର, ଯଶଶ୍ରୀ ସାହିତ୍ୟ ସାଧକ ତଥା ସୁଶିକ୍ଷକ ଗଗନ ବିହାରୀ ବିଶ୍ୱାଳ ସ୍ମୁତି ପରିଷଦ ପକ୍ଷରୁ ଜଗତସିଂହପୁର ପଳାଶୋଳ ନିକଟ ଗୋପଲ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୁତିସଭା ଅନୁଷ୍ଠିତ ହୋଇଥିଲା |ଅବସର ପ୍ରାପ୍ତ ଅଧ୍ୟାପକ ରମା ରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ
ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲା ପାରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗଦେଇ ଗଗନ ବିହାରୀ ବିଶ୍ୱାଳ ଙ୍କ ପ୍ରତିମୂର୍ତ୍ତି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା |ମୁଖ୍ୟ ଅତିଥି ପ୍ରଦୀପ୍ତ ପ୍ରଯ୍ୟଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଅନୁଷ୍ଠାନ ର ଯୁଗ୍ମ ସମ୍ପାଦକ ସରୋଜ କୁମାର ଦିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ |ସୁ ସାହିତ୍ୟିକ ଗଗନ ବିଭାରୀ ବିଶ୍ୱାଳ ସ୍ମୁତି ପାରିଷଦ ସମ୍ପାଦକ ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ | ସଂମ୍ମାନିତ ଅତିଥିଭାବେ ପଳାଶୋଳ ସରପଞ୍ଚ ମେନକା ବେହେରା |ସମିତି ସଭ୍ୟ ପ୍ରଦୀମ୍ନ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗଗନ ବିହାରୀ ବିଶ୍ୱାଳ ଙ୍କ କାଳଜୟୀ ସାହିତ୍ୟ ସାଧନା, ସମାଜରେ ସଂସ୍କାର ମୂଳକ କାର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହି ପରିପ୍ରେକ୍ଷୀରେ ରେ କଳା,ସାହିତ୍ୟ ସାଧନା, ସମାଜ ସଂସ୍କାର କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ନିମନ୍ତେ ବିଶିଷ୍ଟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ ଓଡିଶୀ ନୁର୍ତ୍ୟ ଶିଳ୍ପୀ ଡକ୍ଟର ଚିତ୍ତ ରଞ୍ଜନ ସାହାଣୀ ଏବଂ ସଂଗୀତା ସାହୁ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆଖ ପାଖ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଜନ ସାଧାରଣ ଯୋଗଦେଇଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ଗଗନ ବିହାରୀ ବିଶ୍ୱାଳ ଙ୍କ ସୁପୁତ୍ର ପ୍ରଦୀପ୍ତ କୁମାର ବିଶ୍ୱାଳ , ସାମ୍ବାଦିକ ତପନ କୁମାର ରାଉତରାୟ, …… ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




