ଚୌଦ୍ଵାରରେ ଜୀବନ ଦାୟିନୀ ଯୋଗ ନେଚ଼ର ପାଥି ଏକାଡେମୀ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।
କଟକ ରୁ ରିପୋର୍ଟ୍ ପବିତ୍ର ମହାନ୍ତି ଜାଗ୍ରତ ଭାରତ୍ news
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ଶିବାନନ୍ଦ ଆଶ୍ରମ ଦିବ୍ୟ ଜୀବନ ସଙ୍ଘ ପରିସରରେ ଯୋଗ, ନେଚରପାଥି, ଫିଜିଓଥେରାପି ଆଦି ବିଭିନ୍ନ ବିଦ୍ୟା ବିଷୟିକ ଶିକ୍ଷା ପ୍ରଦାନ କରାଯାଇଥିଲା । ଏଠାରେ ମଧ୍ୟ ଯୋଗ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ Diploma in yoga, PG. Diploma in yoga, Diploma in Naturopathy, Panchakarma ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଉଅଛି। JDYNA ର କାର୍ଯ୍ୟକ୍ରମ ଦ୍ବାରା ସମାଜରେ ସୁନାଗରିକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୋଗଶିକ୍ଷା ଅନୁଷ୍ଠାନ ପ୍ରସ୍ତୁତ କରିବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଥିଲା। ଏଥି ରେ ଉକ୍ତ ଅନୁଷ୍ଠାନ ର ଶ୍ରୀ Tapas Kumar Das Topper ହେଇ ଥିବା ସୂଚନା ମିଳିଛି. ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରଶାନ୍ତ କୁମାର ଦାସ, ସଂସ୍କୃତ ବିଭାଗ ପ୍ରଫେସର, ଡ଼କ୍ଟର ରାଧାକାନ୍ତ ସାହୁ ଯୋଗ ବିଭାଗ ଆର୍ୟୁବେଦ ମେଡ଼ିକାଲ ଅଫିସର, ଜଗତସିଂପୁର । ଲକ୍ଷ୍ମୀଧର ପରିଡ଼ା, ବିଭାଗ ପ୍ରଚାରକ ରାଷ୍ଟ୍ରୀୟ ସ୍ଵଂୟ ସେବକସଂଘ କଟକ । ଡ଼କ୍ଟର ଭୋଳାନାଥ ନାୟକ, ନିର୍ଦ୍ଦେଶକ ଜୀବନ ଦାୟିନୀ ଯୋଗ ଏବଂ ନେଚରପାଥି କଲେଜ ପ୍ରମୁଖ୍ ଉପସ୍ଥିତ ଥିଲେ।




