(ଜନ ସମ୍ପର୍କ ପଦଯାତ୍ରା କୁ ନେଇ ଦ୍ୱନ୍ଦ୍ୱ ରେ ବିଜେଡି କର୍ମୀ )
ଜଗତସିଂହପୁର
ତା =11/10/23
ପ୍ରବାଦପୁରୁଷ ଙ୍କ ନାମରେ ନାମିତ ଶାସକ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ତୃଣମୂଳ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଂଚାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରାଯାଇ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ରେ ଉଦଯାପିତ କରାଯାଇଛି | ଏହି ପରିପ୍ରେକ୍ଷୀରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ଯୁବ ସମାଜସେବୀ ସଂଜୀବ ବିଶ୍ୱାଳ ଙ୍କ ଦ୍ଵାରା ଖୋଦ ବାଲିକୁଦା ଅଞ୍ଚଳରେ ହଜାର ହଜାର ବିଜେଡି କର୍ମୀ ସୁସଜିତ ପଦଯାତ୍ରା ରେ ବଜାର ପରିକ୍ରମା କରି ନବୀନ ପଟ୍ଟନାୟକ ଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ନେଇ ପଦଯାତ୍ରା ର ଉଦଯାପନୀ ଦିବସ ପାଳନ କରୁଥିବା ବେଳେ ଖୋଦ ବିଜେଡି ବିଧାୟକ ରଘୁନନ୍ଦନ ଦାସ ଙ୍କ ନେତୃତ୍ୱରେ ବାଲିକୁଦା ରୁ ଜନ ସମ୍ପର୍କ ପଦଯାତ୍ରା ରେ ଏରସମା ଗୋଡ ପଞ୍ଚାୟତ ଠାରେ ବିଜେଡିର ସମସ୍ତ ଦଳୀୟ ନେତୃବୃନ୍ଦ ଜ଼ିଲ୍ଲା ସଭାପତି ରାଜ୍ୟ ନେତୃତ୍ୱ ଙ୍କ ଗହଣ ରେ ଜନ ସମ୍ପର୍କ ପଦଯାତ୍ରା ଉଦଯାପନୀ ଦିବସ ମଧ୍ୟ୍ୟ ପାଳନ କରାଯାଉଥିଲା | ବିଜୁ କର୍ମୀ ଏବଂ ନେତୃବୃନ୍ଦ ଙ୍କ ଦ୍ଵାରା ପୃଥକ ପୃଥକ ସ୍ଥାନ ରେ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ହେବାକୁ ନେଇ ବିଜେଡି କର୍ମୀ ଦ୍ଵନ୍ଦ ରେ ପଡିଛନ୍ତି | ତେବେ ଦୁଇ ନେତୃତ୍ୱ ଙ୍କ ମଧ୍ୟରେ ବାରମ୍ବାର ଶକ୍ତି ପରୀକ୍ଷା ଏହା ବିଜେଡି ଦଳକୁ ସଂଗଠିତ କରିବ ପାଇଁ ନାଁ ବିଭାଜନ କରିବ ପାଇଁ ତାହା ସମୟ କହବା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




