ବାଚସ୍ପତିଙ୍କ ଦ୍ଵାରା ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞାୟତର ବୁଲେଇପୁର ଓ ଝିଙ୍କିରି ଠାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି ମାନ୍ୟବର ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କରକମଳରେ ।ପ୍ରଥମେ ବାଚସ୍ପତି ଅଳକୁଣ୍ଡ ମସଜିଦ ଛକରେ ପହଞ୍ଚିବା ପରେ କଲେଜ ଛାତ୍ରୀ ଓ ସରପଞ ଏବଂ ବସ୍ତିର ସଭାପତି
Sk Hayum ଏବଂ ଅଳକୁଣ୍ଡ ପଞାୟତର ମହିଳା ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ଅନୁପମା ଦାଶ, ସମାଜସେବୀ ପରୋପକାରୀ ମୈଦୁଲ ଇସଲାମ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା
ସେଠାରୁ ଝିଙ୍କିରି ଆସିବା ବାଟରେ ସବୁ ଛକମାନଙ୍କରେ ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ଝିଙ୍କିରି ସ୍ଥିତ ଦୂର୍ଗା ପଡ଼ିଆ ଠାରେ ବାଚସ୍ପତି ପ୍ରମିଳା ମଲ୍ଲିକ
ଉପସ୍ଥିତ ଲୋକମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ପାନୀୟଜଳ ଯୋଗାଣ ବିଭାଗର ଆସିଟାଣ୍ଡ
ଇଞ୍ଜିନିୟର ତୃପ୍ତାଞଳି ରଥ,ବିଷ୍ଟୁମୋହନ ଶତପଥି, ବିକ୍ରମ ଅଦିତ୍ୟ ପ୍ରଧାନ ଏବଂ ମେଗା ପ୍ରକଳ୍ପ ର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁଶାନ୍ତ କୁମାର ଦାଶ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟା ସୁନୀତା ନାୟକ, ଅହଲ୍ୟା ସ୍ବାଇଁ,ସମିତି ସଭ୍ୟା ସରସ୍ବତୀ ନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ମୁରଲି ବେହେରା,ଅଶୋକ ମହାନ୍ତି, ପଞାୟତର ବିଜୁଜନତା ଦଳର ସଭାପତି ନିରଞ୍ଜନ ସାହୁ,ଅନନ୍ତ ବେହେରା,ଅମୁଲ୍ୟ ପରିଡ଼ା, ମଙ୍ଗୁଳି ଜେନା,ଜ୍ୟୋତିରଥ ପରିଡ଼ା, ପ୍ରମୁଖ ଯୋଗଦେଇ ଥିଲେ
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





