ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର
ତା=12/10/23
ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ବର୍ତ୍ତମାନ ସାରା ଓଡ଼ିଶାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଚାଲୁଅଛି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ସାଧାରଣ ଜନତାଙ୍କ ମୌଳିକ ଅଧିକାରକୁ ନେଇ ଗାଁ ଗାଁ ରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା ପ୍ରଦେଶ କମିଟି ଉପସଭାପତି ଡକ୍ଟର ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ସଦେଇପୁର ଛକଠାରୁ ପଦଯାତ୍ରା ମାଳପୁର ,ନେତପୁର, ଗରାମ, ଚଅରପୁର ଆଦି ଗ୍ରାମ ପରିକ୍ରମା କରି ଚଂଅରପୁରଠାରେ ସାଧାରଣ ସଭା ର ଆୟୋଜନ କରାଯାଇଥିଲା |
ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ବିକ୍ରମ ପରିଡା ଙ୍କ ସଭାପତିତ୍ୱ ରେ ବ୍ଲକ କଂଗ୍ରେସ ଉପ ସଭାପତି ବିଭୁତି ଭୂଷଣ ସ୍ୱାଇଁ | ସରପଞ୍ଚ ରାଜ କିଶୋର ସାହୁ | ସାଧୁ ଚରଣ ମହାନ୍ତି | ପୂର୍ବତନ ଜ଼ିଲ୍ଲା ପାରିଷଦ ସଭ୍ୟ ମୋହନୀ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଜନ ବିରୋଧି ନିତି କୁ କଟୁ ସମାଲୋଚନା କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ସ୍ମୁତି ରଞ୍ଜନ ମଲ୍ଲ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





